ସମାଜ ସେବକ ତଥା ପୁରୀ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଗଣମାଧ୍ୟମ ଜରିଆରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ପୁରୀ ଜ଼ିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସକଙ୍କୁ ପ୍ରଶ୍ନ କରିଛନ୍ତି ଯେ ପୁରୀରେ ପୂର୍ବ କିଛି ବର୍ଷ ତଳେ ପୁରୀର ଜନତା ଙ୍କ ଆକ୍ରୋଶ ର ରୂପ ରେଖ ପ୍ରଶାସନ ଦେଖିଛି (ପୁରୀ ଦଙ୍ଗା) | ଦଙ୍ଗା ପରେ ପୁରୀ ପୋଲିସ ମଧ୍ୟ ଆକ୍ରୋଶ ମୂଳକ ଭାବେ ସୋସିଆଲ ମେଡିଆ ର ସହାୟତାରେ ହେଉ କିମ୍ବା କ୍ୟାମେରା ଦ୍ୱାରା ହେଉ ସମସ୍ତ ଦଙ୍ଗା ରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ଧରି ନେଇ ଜେଲ ପଠାଉଥିଲା | ଠିକ ସେଇଭଳି ପୁରୀ ରେ କରୋନା କୁ ଆଖି ନଜରରେ ରଖି ଚଳିତ ବର୍ଷ ୨୦୨୧ ରଥଯାତ୍ରା କୁ କଟକଣା ମଧ୍ୟ ରେ କରିବାକୁ ପ୍ରଶାସନ ନିର୍ଧାରଣ କରିଥିଲା | ଏହା ସହ ରଥ ଯାତ୍ରା ପୂର୍ବ ଦିନ ଠାରୁ ରଥଯାତ୍ରା ର ୨ଦିନ ପାଇଁ ୧୪୪ ଧାରା ପୁରୀ ସହରରେ ଲାଗୁ କରାଗଲା | ତତସହ ପୁରୀ ବଡଦାଣ୍ଡ ରେ ଥିବା ଘର ପରିବାର ଲୋକ ମଧ୍ୟ ଦର୍ଶନ ରୁ ବଞ୍ଚିତ ହେଲେ | କାରଣ, ପ୍ରଶାସନ କଟକଣା ଜାରି ରେ ଉଲେଖ କରିଥିଲେ କି ପୁରୀ ବଡଦାଣ୍ଡ ରେ ଯାହାର ଘର ଅଛି କିମ୍ବା ଦୋକାନ ଅଛି ତା ମଧ୍ୟରେ କେହି ରଖିପାରିବେନି କି କୌଣସି ଘର ଛାତ ଉପରୁ କିମ୍ବା ଝରକା ପଟେ ମଧ୍ୟ ଦର୍ଶନ କରିଲେ ତାଙ୍କୁ ଆଇନ ଅନୁଯାଇ ଦଣ୍ଡିତ କରାଯିବ | ଏହା ସହ ପୁରୀ ସହର ଓ ବଡଦାଣ୍ଡ ରେ ଥିବା ସମସ୍ତ ଲଜ ଓ ହୋଟେଲ ରୁ ସମସ୍ତ ବାହାର ରାଜ୍ୟ ବା ଯାତ୍ରୀ ଙ୍କୁ ବାହାର କରାଯାଇ ସବୁ ହୋଟେଲ ଓ ଲଜ କୁ ବନ୍ଦ ରଖିବାକୁ ମଧ୍ୟ କଟକଣା ରେ ଜାରି ହୋଇଥିଲା | ରଥଯାତ୍ରା ସମୟ ରେ ଏହି ସବୁ କଟକଣା ର ବ୍ୟତିକ୍ରମ ଦେଖିବାକୁ ମିଳିଛି ପ୍ରମାଣ ସହ | କିଛି ଦଳୀୟ ରାଜନେତା କିଛି ପାସ ପାଇ ରଥ ଭିଡୁଥିବା ଦୃଶ୍ୟ ହଉ କିମ୍ବା ଶଙ୍କରା ଆଚାର୍ଯ୍ୟ ଙ୍କ ସହ ଜଣେ ଠିକାଦାର ଓ ଜଣେ ଓଡ଼ିଆ ଗୀତିକାର ରଥ ପାଖକୁ ଯାଇ ରଥାରୁଢ଼ ଚତୁର୍ଦ୍ଧା ମୂର୍ତି କୁ ଦର୍ଶନ କରି ଫୋଟୋ ଉଠାଇଛନ୍ତି | ଅନ୍ୟପଟେ କିଛି ଅଣ-ଓଡ଼ିଆ ଇସ୍କନ ର ୟୁ-ଟ୍ୟୁବର ମାନେ ବଡଦାଣ୍ଡ ର ଏକ ଲଜ ରେ ରହି ଛାତ ଉପରେ ଓ ବାଲକୋନି ରୁ ୟୁ-ଟିଉବ ରେ ଭିଡ଼ିଓ କରି ଛାଡିଥିବା ବେଳେ କିଛି ମନ୍ଦିର କର୍ମଚାରୀ ନିଜ ପରିବାର ବର୍ଗ ଙ୍କୁ ଗୋଟେ ଗୋଟେ ମନ୍ଦିର ପ୍ରଶାସନ ଗଞ୍ଜି ବାଣ୍ଟି ରଥ ଭିଡୁଥିବା ବେଳେ ଆଉ କିଛି ଜଣ ଲୋକାଲ ଲୋକ ଓ ଅନ୍ୟ ଜ଼ିଲ୍ଲା ବାସୀ ପୁରୀ ଆସି ପ୍ରଶାସନ କୁ ହାତ କରି ରଥ ଟଣା ଯାଇ ଲାଗିବା ପରେ ସିଧା ସଳଖ ରଥ ପାଖରୁ ଫେସବୁକ ଲାଇଭ କରି ହଉ କିମ୍ବା ଫୋଟୋ ଛାଡି ପ୍ରଶାସନ ର କଟକଣା କେତେ କମଜୋର ଏହାର ଜବାବ ଦେଇଛନ୍ତି |
ସାଧାରଣରେ ପ୍ରଶ୍ନ ଉଠିଛି ପୁରୀ ଜ଼ିଲ୍ଲା ପ୍ରଶାସନ ଓ ଶ୍ରୀ ମନ୍ଦିର ପ୍ରଶାସକ ଙ୍କ ସବୁ କଟକଣା ସତ୍ୱେ ଆଜି ଯୋଉଁଭଳି ଅନିୟମିତତା ଦେଖାଗଲା ଏହାର ପ୍ରତିକାର କଣ ହେବା ଦରକାର ? ଯୋଉଭଳି ଭାବେ ପୁରୀ ବଡଦାଣ୍ଡ ରେ ଦଙ୍ଗା ପରବର୍ତୀ ମୁହୂର୍ତ ରେ ପୋଲିସ ସୋସିଆଲ ମିଡିଆ ହେଉ କିମ୍ବା ବଡଦାଣ୍ଡ ର କ୍ୟାମେରା କୁ ଚେକ କରି ହେଉ ସମସ୍ତଙ୍କୁ ଧରି ଜେଲ ପଠାଉଥିଲା ସେଇଭଳି ରୂପେ ଚିହ୍ନଟ କରି ଆଇନ ଅନୁଯାଇ ସମସ୍ତଙ୍କୁ ଦଣ୍ଡିତ କରାଯିବ କି ନାହିଁ ? ଯଦି ଦଣ୍ଡ ବିଧାନ କରାଯିବନି ତେବେ ପ୍ରଶାସନ ଓ ପ୍ରଶାସକ ଉତ୍ତର ରଖନ୍ତୁ ପୁରୀ ବଡଦାଣ୍ଡ ରେ ଘର କରିଥିବା ପରିବାର ହୁଅନ୍ତୁ କିମ୍ବା ପୁରୀ ସହର ବାସି ହୁଅନ୍ତୁ କି ପାପ କରିଥିଲେ ଯେ ଦର୍ଶନ ରୁ ବଞ୍ଚିତ କରାଗଲା ପୋଲିସ ର ଭୟ ଦେଖାଇ !
ଆମର ଅନୁରୋଧ ଓ ଦାବି ଜ଼ିଲ୍ଲା ପ୍ରଶାସନ ଓ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ କି ପୂର୍ବ ବର୍ଷ ଲକ-ଡାଉନ ର କୋହଳ ପରବର୍ତୀ ମୁହୂର୍ତ ରେ ଯୋଉଭଳି ଭାବେ ପୁରୀ ସହର ବାସୀଙ୍କୁ ଦର୍ଶନ ର ପ୍ରଥମ ସୁଯୋଗ ଦିଆଯାଇଥିଲା ୱାର୍ଡ ଅନୁଯାଇ ସେଇଭଳି ଦର୍ଶନ ବ୍ୟବସ୍ଥା ତୁରନ୍ତ କରନ୍ତୁ ଓ ବାହୁଡା ଦର୍ଶନ ସର୍ବସାଧାରଣ କରନ୍ତୁ ଯଦି କରୋନା ର ମହାମାରୀ କୁ ଆଖି ଆଗରେ ରଖି କଟକଣା ଜାରି କରିବେ ତେବେ ବଡଦାଣ୍ଡ ରେ କରିଥିବା ଘର ପରିବାର ର ସ୍ୱାଧୀନତା ପ୍ରଶାସନ ଛଡାଇ ନନେଉ | କରୋନା କୁ ଆଖି ଆଗରେ ରଖି ପୁରୀ ସହରର ୱାର୍ଡ ଅନୁଯାଇ ଦର୍ଶନ ବ୍ୟବସ୍ଥା ତୁରନ୍ତ ଜାରି କରିବାକୁ ନିବେଦନ କରିଛନ୍ତି |