-
ଆସନ୍ତାକାଲିଠୁ ମିଳିବ ଆଡ଼ପ ଅଭଡ଼ା

ପୁରୀ, ଗତକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଥିଲେ । ସେବାୟତ ମାନେ ଆନନ୍ଦା ସହକାରେ ରଥ ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟକୁ ଆଣିଥିଲେ । ରଥାରୁଢ଼ ଶ୍ରୀଜୀଉମାନେ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ବିରାଜମାନ କରିଛନ୍ତି । ରଥ ଉପରେ ବିଭିନ୍ନ ନୀତି ଓ ପୂଜା ଅନୁଷ୍ଠିତ ହେଉଛି । ରଥ ଉପରେ କେବଳ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥାଏ । ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଜୀଉମାନେ ଜନ୍ମବେଦିରେ ବିରାଜମାନ କରିବା ପରେ ସିଂହାସନରେ ସେବାୟତ ମାନଙ୍କ ଦ୍ୱାରା ରୁନ୍ଧା କାର୍ଯ୍ୟ ଅନୁଷ୍ଠିତ ହେବ । ଆସନ୍ତା କାଲି ସକାଳ ଧୂପ ପରେ ଆଡ଼ପ ଅଭଡ଼ା ଭକ୍ତ ମାନେ ପାଇପାରିବେ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡ ଠାରେ ସ୍ୱତନ୍ତ୍ର କାଉଂଟରର ବ୍ୟବସ୍ଥା ହୋଇଛି ।