
ନୂଆଦିଲ୍ଲୀ,ପୂର୍ବତନ କ୍ରିକେଟର ତଥା ୧୯୮୩ ମସିହାରେ ବିଶ୍ୱକପ ବିଜେତା ଭାରତୀୟ ଟିମର ସଦସ୍ୟ ୟଶପାଲ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଖେଳ ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୋକ ପ୍ରକାଶ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ପୂର୍ବତନ କ୍ରିକେଟର ତଥା ୧୯୮୩ ମସିହାରେ ବିଶ୍ୱକପ ବିଜେତା ଭାରତୀୟ ଟିମର ସଦସ୍ୟ ୟଶପାଲ ଶର୍ମାଙ୍କ ବିୟୋଗରେ ମୁଁ ଦୁଖିତ । ତାଙ୍କର ଖୁବ ଭଲ କ୍ୟାରିୟର ଥିଲା ଓ ୧୯୮୩ ବିଶ୍ୱକପରେ ସେ ଦ୍ୱିତୀୟ ସବୁଠାରୁ ରନ ସଂଗ୍ରହକାରୀ ଖେଳାଳୀ ଥିଲେ । ସେ ଜଣେ ଅମ୍ପାୟାର ଓ କ୍ରିକେଟ ଚୟନକର୍ତା ଭାବେ ମଧ୍ୟ କାମ କରିଥିଲେ । ତାଙ୍କର ଯୋଗଦାନକୁ ଭୁଲା ଯାଇ ପାରିବ ନାହିଁ ।