
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମବୀର ଗୌରୀଶଙ୍କର ରାୟଙ୍କୁ ଜୟନ୍ତୀରେ ମନେ ପକାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ -ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ‘ଉତ୍କଳ ଦୀପିକା’ ସମ୍ବାଦପତ୍ର ଜରିଆରେ ଓଡ଼ିଆଙ୍କ ମଧ୍ୟରେ ନବ ଜାଗରଣ ସୃଷ୍ଟି ସହ ଓଡ଼ିଆ ଭାଷା-ସାହିତ୍ୟର ସୁରକ୍ଷା ଦିଗରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।