ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଲୀଳା ମଧ୍ୟରୁ ରଥଯାତ୍ରା ଅନ୍ୟତମ |ଏହି ଲୀଳା ପ୍ରାୟତଃ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଆରମ୍ଭ ହୋଇଥାଏ |ଦେବସ୍ନାନ ପୂର୍ଣ୍ଣମୀ ଦିନ ମହାପ୍ରଭୁ ୧୦୮ କୁମ୍ଭ ଜଳରେ ସ୍ନାନ କରିବା ପରେ ଗଜବେଷ ଧାରଣ କରନ୍ତି |ଏହାପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଥାଏ |ଏହି ଜ୍ୱର ସମୟରେ ଦଇତାପତି ସେବାୟତ ମାନଙ୍କ ଦ୍ୱାରା ( ଫୁଲୁରୀ ତେଲ ମାଲିସ ଏବଂ ମୋଦକ ସେବନ) ଗୁପ୍ତ ସେବା ପ୍ରଦାନ କରିଥାନ୍ତି ଏହା ପରେ ମହାପ୍ରଭୁଙ୍କ ସୁସ୍ଥ ହୋଇଥାନ୍ତି|ମହାପ୍ରଭୁ ଜ୍ୱରରୁ ସୁସ୍ଥ ହେବାପରେ ନବଯୌବନ ବେଶ ପାଇଥାନ୍ତି |ଏହାପରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ଏହି ସମୟରେ ପତିତ ମାନଙ୍କ ଉଦ୍ଧାର ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ଲୀଳା ମାଧ୍ୟମରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ଆସିଥାନ୍ତି ହେଲେ ପୂର୍ବ ବର୍ଷ ପରି ଚଳିତ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି |
ରାଜ୍ୟ ସରକାରଙ୍କ କରୋନା କଟକଣା ପାଳନ ପୂର୍ବକ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ବିଶ୍ୱପ୍ରଶିଦ୍ଧ ରଥଯାତ୍ରା |ଏହି ରଥଯାତ୍ରାରେ କେବଳ ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଏବଂ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |ରଥଯାତ୍ରାର ସିଧା ପ୍ରସାରଣ ନିମନ୍ତେ କେବଳ ଦୂରଦର୍ଶନ କୁ ଅନୁମତି ମିଳିଥିଲା |ଦୂରଦର୍ଶନ ସୌଜନ୍ୟ ଦ୍ୱାରା ଅନ୍ୟ ଖବର ପ୍ରସାରଣ ଚ୍ୟାନେଲ ମାନଙ୍କ ଦ୍ୱାରା ବିଶ୍ୱବାସୀ ଘରେ ରହି ମହାପ୍ରଭୁଙ୍କ ପରୋକ୍ଷ ଦର୍ଶନ ଲାଭ କରିପାରିଲେ |
ଏହି ରଥଯାତ୍ରା ସମୟରେ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଅଗ୍ନିଶମ ବାହିନୀ ତରଫରୁ ଲଗାତାର ଭାବେ ବଡଦାଣ୍ଡରେ ପାଣି ସିଞ୍ଚନ କରାଯାଇଥିଲା |ଏଥି ସହିତ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଅସ୍ଥାୟୀ କୁଣ୍ଡ ନିର୍ମାଣ କରାଯାଇ ବରଫ ମିଶ୍ରିତ ପାଣିର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଥିଲା ଯାଦ୍ୱାରା ରଥ ଟାଣୁଥିବା ସେବାୟତ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀ ଏବଂ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ନିଜ ଗୋଡ଼କୁ ସେଥିରେ ବୁଡ଼ାଇ ଗରମ ପାଦ ଯନ୍ତ୍ରଣାରୁ ରକ୍ଷା ପାଇଵା ସହିତ ରଥକୁ ଆଗକୁ ଟାଣି ନେଉଥିଲେ |
ନିର୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ନୀତିକାନ୍ତି ଓ ରଥଟଣା ଆରମ୍ଭ |
ମଙ୍ଗଳ ଆଳତୀ- ସକାଳ ୪.୦୦,ରୋଷ ହୋମ-ସକାଳ ୪ .୦୫, ଅବକାଶ ସମ୍ପର୍ଣ୍ଣ-ସକାଳ ୪ .୪୫ , ଗୋପାଳବଲ୍ଲଭ ଓ ସକାଳଧୂପ ଡାକିଗଲେ-୦୫.୪୦, ସକାଳଧୂପ ଛେକ-୦୫.୪୫ ସକାଳଧୂପ ପୂଜା ଆରମ୍ଭ-୦୫.୫୦, ରଥ ପ୍ରତିଷ୍ଠା-୦୬.୧୦,ସକାଳ ଧୂପ ଶେଷ-୦୬.୨୫, ମଙ୍ଗଳାର୍ପଣ-୦୭.୦୦, ଡୋରଲାଗି-୦୬.୫୫, ମଙ୍ଗଳାର୍ପଣ-୦୬.୫୦, ପହଣ୍ଡି ଆରମ୍ଭ-୦୭.୦୦,ଶ୍ରୀଜୀଉମାନଙ୍କ ପହଣ୍ଡି ନୀତି ସମ୍ପର୍ଣ୍ଣ -୯. ୪୦, ମଦନମୋହନ, ରାମ, କୃଷ୍ଣ ବିଜେ ନୀତି ଆରମ୍ଭ – ୯. ୪୫,ଚିତାଲାଗି-୦୯.୧୫ ରୁ ୦୯.୫୫,ମଦନମୋହନ, ରାମ, କୃଷ୍ଣ ବିଜେ ନୀତି ସମ୍ପର୍ଣ୍ଣ – ୧୦.୧୦, ମଇଲମ -୧୦.୧୦ ,ତିନି ରଥ ଛେରାପହଁରା -ସକାଳ ୧୧.୦୦ ରୁ ୧୧.୫୦,ଚାରମାଳ ଫିଟା ଓ ଘୋଡ଼ା ସାରଥୀ ଲାଗିବା – ୧୧.୧୫ ରୁ ଅପରାହ୍ନ ୧୨.୩୦ ,
ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଉପରେ ବିରାଜ ମାନ ହେବାପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ନିଜର ଛଅ ଜଣ ପ୍ରତିନିଧିଙ୍କ ସହିତ ରଥଉପରେ ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ |ଏହାପରେ ରାଜ ନଅର ରୁ ବାହାରି ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ବେଶରେ ଆସିଥିଲେ ଏବଂ ପରମ୍ପରା ଅନୁସାରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା |ଏହାପରେ ପ୍ରଥମେ ଅପରାହ୍ନ ୧୨.୧୫ ସମୟରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା |ଏହାପରେ ଅପରାହ୍ନ ୦୧.୦୫ ଦେବଦଳନ ରଥ ଟଣା ଏବଂ ଶେଷରେ ଅପରାହ୍ନ ୦୧.୫୦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା |ଅପରାହ୍ନ ୦୩:୫୫ ସମୟରେ ତାଳଧ୍ୱଜ ରଥ ଟଣା ଶେଷ ହୋଇଥିଲା ଏବଂ ନନ୍ଦିଘୋଷ ରଥ ଟଣା ସମ୍ପର୍ଣ୍ଣ ସନ୍ଧ୍ୟା ୦୫.୩୫ ସମୟରେ ହୋଇଥିଲା |ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ସନ୍ଧ୍ୟା ୦୫.୩୫ ସମୟରେ ପହଞ୍ଚିବା ପରେ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ରଥଉପରେ ଅନୁଷ୍ଠିତ ହେବ |