
ବ୍ରହ୍ମଗିରି ବ୍ଲକ୍ ର ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡକ୍ଟର ପ୍ରଣବ ପ୍ରକାଶ ପୂର୍ଣ୍ଣ,ବ୍ରହ୍ମଗିରି ବିଜୁ ଜନତା ଦଳର ସଭାପତି ବିଦ୍ୟାଧର ସ୍ଵାଇଁ,ଜିଲ୍ଲା ପରିଷଦ କୈଳାସ ଚନ୍ଦ୍ର ପରିଡା,ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ଜିଲ୍ଲା ପରିଷଦ ସଦସ୍ୟ ହରେକୃଷ୍ଣ ମଲ୍ଲିକ,ମିଲି ବେହେରା,ରେବଣା ନୂଆଗାଁ ପଞ୍ଚାୟତର ବରିଷ୍ଠ ନେତା ଭାଗିରଥି ବଡ଼ଜେନା,ଆଇନଜୀବି ଭାସ୍କର ଜେନା, ପଞ୍ଚାୟତ ସଭାପତି କୁବେର ମହାପାତ୍ର, ଯୁବ ନେତା ବିଜୟ କୁମାର ଦଳେଇ, ଧିରେନ୍ଦ୍ର କୁମାର ଜଗଦେବ, ପ୍ରବିଣ ରଣସିଂହ ଓ ଜଳନ୍ଧର ପ୍ରଧାନ ଉପସ୍ଥିତ ଥିଲେ।