-
ଶ୍ରୀମନ୍ଦିରରେ ସଅଳ ନୀତି
ଶ୍ରୀଜିଉ ମାନଙ୍କୁ ଧାଡି ପହଣ୍ଡି ରେ ରଥ ଉପରକୁ ସେବାୟତ ମାନେ ଭକ୍ତିଭାବର ସହ ଆଣିଥିଲେ । ଘଂଟ ଘଂଟା ପହଉଜ କାହାଳୀରେ ସିଂହଦ୍ୱାର ପ୍ରକମ୍ପିତ ହୋଇଥିଲା । ଜଗମୋହନ ସାତ ପାହାଚ ଠାରେ ଟାହିଆ ଲାଗି ହୋଇଥିଲା । ଟାହିଆ ଲାଗି ପରେ ଶ୍ରୀଜିଉଙ୍କ ପହଣ୍ଡି ସୌନ୍ଦର୍ଯ୍ୟ ପୂର୍ଣ୍ଣ ହୋଇଥିଲା । ବେହେରା ଖୁଂଟିଆ ମାନେ ପହଣ୍ଡି ଆଗେ ଆଗେ ମଣିମା ମଣିମା ଡାକୁଥିଲେ । ହୁଳହୁଳି ହରିବୋଲ ଓ ଜୟଜଗନ୍ନାଥ ଧ୍ୱନୀରେ ସିଂହଦ୍ୱାର ଅଂଚଳ ଭକ୍ତି ପୂର୍ଣ୍ଣ ପରିବେଶ ହୋଇଉଠିଥିଲା । ପୁଷ୍ପାଳକ ମହାଜନ ମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଓ ରାମକୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥରେ ବିରାଜମାନ କରାଇଥିଲେ ତେଲିଙ୍ଗି ବାଜା ବାଜୁଥିଲା । ବଣିଆ ସେବକ ମାନେ ସୋଲ ଚିତା ଛାଉଣୀ ମଠରେ ରଖିଥିଲେ । ରଥ ଉପରେ ତିନି ଠାକୁର ରୁନ୍ଧା ହେବା ପରେ ମାଳଫୁଲ, ବେତ ଓ ସୋଲଚିତା ଲାଗି ହୋଇଥିଲା । ପରେ ପରେ ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଶ୍ରୀନଅର କୁ ଡାକରା ଯିବା ପରେ ଗଜପତି ମହାରାଜା ଛେରାପହଁରାକୁ ଆସିଥିଲେ । ସବୁଠାରୁ ଆକର୍ଷର୍ଣୀୟ ଏହି ଛେରାପହଁରା ଦୃଶ୍ୟକୁ ଭକ୍ତମାନେ ଟିଭି ଜରିଆରେ ଦର୍ଶର୍ନ କରି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା । ଖୁବ୍ଶୀଘ୍ର ତିନି ରଥ ଟଣା ଆରମ୍ଭ ହେବ ।ପୁରୀ ସହର ଚାରିପଟକୁ ପୁଲିସ ଘେରାଉ କରି ରଖିଛି । କଫ୍ରୁ୍ୟର୍ ଓ ୧୪୪ ବଳରେ ବାହାର ଲୋକମାନେ ପୁରୀକୁ ପ୍ରବେଶ କରିପାରୁନାହାଁନ୍ତି । ମଙ୍ଗଳାଘାଟ ଛକ, ବାଟଗାଁ ଛକ, ହରେକୃଷ୍ଣ ପୁର ଛକ, ନୁଆନଇ ଛକ ଓ ମେରାଇନ ଥାନା ଛକ ଓ ଭୂଦାନ ଛକରେ ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲାପାଳ ସମର୍ଥ ବର୍ମା, ଏସପି କେ. ବିଶାଲ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଓ ପ୍ରଦୀପ ସାହୁ, ଉପଜିଲାପାଳ ଭବତରଣ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ତୀକ୍ଷ୍ନ ନଜର ରଖିଛନ୍ତି । ବଡଦାଣ୍ଡର ଦୁଇ ପାଶ୍ୱର୍ ଛାତ ଓ ବାଲକୋନୀ ରୁ ବାସିନ୍ଦା ମାନେ ମଧ୍ୟ ଦର୍ଶନ କରିପାରୁନାହାଁନ୍ତି ।