
ଖବରରୁ ପ୍ରକାଶ ଯେ, ପୂର୍ବତନ କମିଶନର ରଶ୍ମିତା ପଣ୍ଡାଙ୍କ ସମୟରେ ଭୁବନେଶ୍ୱରର ଏକ ସଂସ୍ଥାର ୭ରୁ ୮ଜଣ ଯୁବକଙ୍କୁ ଏଠାରେ ପ୍ରୋଜେକ୍ଟ ମନିଟରିଂ ୟୁନିଟରେ ରଖାଯାଇଥିଲା । ଏମାନେ ପ୍ରୋଜେକ୍ଟ ବିଷୟରେ ଜାଣିବା ଲାଗି ସେଭଳି କୌଣସି ଶିକ୍ଷାଗତ ଯୋଗ୍ୟତା ମଧ୍ୟ ହାସଲ କରିନଥିଲେ । ସେପଟେ ମହାନଗରରେ ଅନେକ ଇଂଜିନିୟର ଓ ଅଭିଜ୍ଞତା ସମ୍ପନ୍ନ ଲୋକ ମଧ୍ୟ ରହିଛନ୍ତି । କିନ୍ତୁ ଏହି ୟୁନିଟ ଏଠାରେ ଦିର୍ଘ ଦିନ ଧରି ଚାଲିଲା । ବିଭିନ୍ନ କାମ ଯାଗାକୁ ଏମାନେ ଜିବା ପରିବର୍ତେ ଅଫିସରେ ଏସି ଭିତରେ ବସି ବିଭିନ୍ନ ଲୋକଙ୍କୁ ନାଲି ଆଖି ଦେଖାଇବା ଓ ଅଫିସରଙ୍କୁ ଚୁଗୁଲି କରି ଅଫିସରେ ଭିନ୍ନ ବାତାବରଣ ସୃଷ୍ଟି କରି ନିଜର ଫାଇଦା ନେବାରେ ଲାଗିଲେ ବୋଲି ଅନେକ ଅଭିଯୋଗ ମାନ ଆସିଲା । ମହାନଗରରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା କର୍ମଚାରୀ ଅଫିସର ଏତେ ଦରମା ପାଉନଥିବା ବେଳେ ଏମାନଙ୍କ ଦରମା ଓ କାର୍ଯ୍ୟକଳାପ ମହାନଗର ଭିତରେ ଅସନ୍ତୋଷ ବାତାବରଣ ଆରମ୍ଭ କଲା । ଧିରେ ଧିରେ ଏହି ୟୁନିଟରୁ କିଛି କର୍ମଚାରୀ ଛାଡିଥିବା ବେଳେ, ନିଜକୁ ପୁରାତନ ସାମ୍ବାଦକି ବୋଲି ପରିଚୟ ଦେବା ସହ ସବୁ ମିଡିଆର ମୁଖ୍ୟ ମାନଙ୍କର ବନ୍ଧୁ ବୋଲି ପରିଚୟ ଦେଉଥିବା ଜଣେ ଅସାମାଜିକ ଯୁବକ ଓ ତାର କେତେକ ସମର୍ଥକ ବର୍ତମାନ ସୁଦ୍ଧା ଚାକିରୀରେ ରହିବା ସହ ବିଭିନ୍ନ ମିଡିଆକୁ ମହାନଗରର ବିରୋଧୀ କରାଇ ବେଶ ଫାଇଦା ନେଉଥିବାର ଖବର ମିଳିଛି । ଏହି ବ୍ୟକ୍ତି ମାନଙ୍କୁ ଜଣେ ଡେପୁଟୀ କମିଶନର ସହଯୋଗ କରୁଥିବାର ଖବର ମିଳିଛି । ଠିକ ସେହି ଭଳି ଗୋଟାଏ ୟୁନିଟ ନାମରେ ଅଯଥା ଖର୍ଚ୍ଚ ଚାଲିଥିବା ବେଳେ ସୋସିଆଲ ମିଡିଆ ନାମରେ ପୁଣି ୩ ଜଣଙ୍କୁ ୨ମାସ ହେଲା ପୋଷା ଆରମ୍ଭ ହୋଇଥିବା ଜଣାପଡିଛି । ଏମାନଙ୍କୁ କିଏ ରଖିଲା,ଏନେଇ ସରକାର ଅନୁମୋଦନ କରିଛନ୍ତିକି, ଯଦି କରିଛନ୍ତି ତେବେ ସେମାନେ କେଉଁ କାମ ଭିତିରେ ରହିବେ ଓ କେତେ ଦରମାରେ ରହିବେ ସେ ନେଇ କୌଣସି ସୂଚନା ନାହିଁ । ଏମାନଙ୍କୁ ଏକ ସ୍ୱତନ୍ତ୍ର ଏସି ରୁମ ଦେଇ ବସାଇ ରଖାଯାଇଛି । ଏମାନେ କେବଳ ମହାନଗରର ବିଭିନ୍ନ କାମ ହେଉ ବା ନହେଉ କୌଣସି ମତେ ଠେଲି ପେଲି କମିଶନରଙ୍କ ବାଇଟ ନେଇ ସୋସିଆଲ ମିଡିଆରେ ଛାଡୁଥିବା ଦେଖାଯାଇଛି । କେତେବେଳେ କମିଶନର ଆଉ କେତେବେଳେ ଜିଲ୍ଲାପାଳଙ୍କର ବାଇଟ ନେଇ ଏମାନେ କେବଳ ତୋଷାମଦିଆ କାମରେ ରହୁଥିବା ଆଲୋଚନା ଚାଲିଛି । ସବୁଠୁ ବଡ କଥା ହେଲା ମହାନଗର ନିଗମର ଯାହା ବି ସଫଳତା ରହୁଛି ତାହାର ସବିଶେଷ ବିବରଣୀ ଲୋକସଂପର୍କ ବିଭାଗ ନେଇ ସ୍ଥାନୀୟ ଗଣମାଧ୍ୟମକୁ ଦେଲେ ତାହା ପ୍ରଚାର ହୋଇପାରିବ । ଏଠାରେ ମଧ୍ୟ ଜଣେ ଯୁବ ଲୋକସଂପର୍କ ଅଧିକାରୀ ଯୋଗ ଦେଇଛନ୍ତି । ଓଡିଶାର କୌଣସି ମହାନଗରରେ ଯାହା ନାହିଁ ତାହା ରାଉରକେଲା ମହାନଗରରେ କରାଯାଇ ଲୋକଙ୍କ ଟିକସ ଦିଆ ଅର୍ଥକୁ ଏଭଳି ଲୁଟ୍ କରାଜିବା ପଛରେ କାହାର ମହତ ଉଦ୍ଦେଶ୍ୟ ରହୁଛି ତାକୁ ସରକାର ତଦନ୍ତ କରିବାର ଆବଶ୍ୟକତା ରହିଛି ।