Related Stories
November 23, 2024
ପୁରୀ, ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହଦେବ ଶ୍ରୀ ନଅରରୁ ତାମ୍ ଯାନ (ପାଲିଙ୍କି)ରେ ଆସି ତିନି ରଥରେ ଛେରାପହଁରା କରିଛନ୍ତି । ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଛେରାପହାଁ ନୀତି ଆରମ୍ଭ ହୋଇଥିବା କଥିତ ରହିଛି । ଛେରା ଓ ପହଁରା ଦୁଇଟି ଶବ୍ଦ ମିଶି ଛେରା ପହଁରା ହୋଇଛି । ଛେରା ହେଉଛି ବହଳିଆ ଚନ୍ଦନ ଘୋରା ସିଂଚନ ଓ ପହଁରା ଅର୍ଥ ଓଳାଇବା । ଗଜପତି ମହାରାଜା ଛେରାପହଁରା ସମୟରେ ଅନେକ ନୀତି ଓ ପୂଜା କରିଥିଲେ । ରଥ ଉପରେ ଦର୍ଶନ, ରାଜ୍- ନୀତି, ବନ୍ଦାପନା, କର୍ପୂର ବର୍ତକ, ଚାମର, ଆଲଟ ସେବା ଓ ଶେଷରେ ପୟମାଳା ଗ୍ରହଣ କରିଥିଲେ । ଗଜପତି ମହାରାଜା ଦିବ୍ୟ ସିଂହଦେବ ଶୁକ୍ଳ ରଙ୍ଗର ଚୁଡ଼ିଦାର, କୁର୍ତା, ପଗଡ଼ି, ଖଣ୍ଡା ସହ ପାରମ୍ପରିକ ରାଜକୀୟ ପୋଷାକ ପିନ୍ଧି ଛେରା ପହଁରାକୁ ଆସିଥିଲେ । ଶ୍ରୀନଅରରୁ ଆସିବା ସମୟରେ ବେହେରା ଖୁଂଟିଆ ବେତ ଧରି ବାଟ କଡାଇ ଆଣିଥିଲେ । ଗରାବଡ଼ୁ ସେବକ ରାଜାଙ୍କ ହାତକୁ ପାଣି ବଢାଇଥିଲେ । କର୍ପୂର ଆଳତୀ ଭଣ୍ଡାର ମେକାପ ରାଜାଙ୍କ ହାତକୁ ବଢାଇଥିଲେ । ରାଜା ଠାକୁରଙ୍କ ସମ୍ମୁଖରେ ଆଳତୀ କରି ସୁନା ଚାମରରେ ଆଲଟ କରିଥିଲେ । ମୁଦୁଲି ସେବକ ସୁବର୍ଣ୍ଣ ପହଁରା ହାତକୁ ଦେଇଥିଲେ । ପ୍ରଭୁଙ୍କ ସିଂହାସନ ଚାରିପଟ ଓଳାଇବା ପରେ ଭଣ୍ଡାର ମେକାପ ଶୁକ୍ଳ ପୁଷ୍ପ ପକାଇଥିଲେ । ରୂପା ପିଙ୍ଗଣରେ ଚନ୍ଦନ ପାଣି ସିଂଚନ କରିଥିଲେ । ଏହି ଛେରା ପହଁରା ଦୃଶ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଟେଲିଭିଜନ ମାଧ୍ୟମରେ ଦର୍ଶନ କରି ଆନନ୍ଦିତ ହୋଇଥିଲେ ।