ବାଲେଶ୍ୱର – ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ସର୍ବେଶ୍ୱରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ, ବାଲେଶ୍ୱର ସହରର ଭାସ୍କର ଗଞ୍ଜ ଠାରେ ଥିବା ଘର ସମେତ ମୋଟ୍ ୫ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି । ଏଥିସହ ବାଲେଶ୍ୱର ଟାଉନ୍ ଥାନା ଅନ୍ତର୍ଗତ ରାଣୀପାଟଣାସ୍ଥିତ ତାଙ୍କ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଭୁବନେଶ୍ୱରରେ ସର୍ବେଶ୍ୱରଙ୍କ ୨ଟି ଫ୍ଲାଟ୍ ଥିବା ଜଣାପଡିଛି ।
Related Stories
November 23, 2024