
-
ରଥ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର , ରଥ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭକାମନା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ପବିତ୍ର ରଥଯାତ୍ରାର ଶୁଭ ଅବସରରେ ମହାପ୍ରଭୁଙ୍କୁ ମୋର କୋଟି କୋଟି ପ୍ରଣାମ ଏବଂ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଂଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ମହାପ୍ରଭୁଙ୍କ ଅପାର କରୁଣାରୁ ଜଗତର କଲ୍ୟାଣ ହେଉ । ଜୟ ଜଗନ୍ନାଥ