
ଭୁବନେଶ୍ୱର , ରଥ ଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ – ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଙ୍କଟ ଶୀଘ୍ର ଦୂର ହେଉ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସମଗ୍ର ବିଶ୍ୱ ଅନାଇ ରହିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି । ଆସନ୍ତୁ, ନିୟମ ମାନି ବିଶ୍ୱବାସୀଙ୍କ ଆଗରେ ଆମ ଶୃଙ୍ଖଳା ଓ ଭକ୍ତିର ଅନନ୍ୟ ଉଦାହରଣ ସୃଷ୍ଟି କରିବା । ଜୟ ଜଗନ୍ନାଥ