
ନୂଆଦିଲ୍ଲୀ, ପବିତ୍ର ରଥ ଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ ଭଗବାନ ଜଗନ୍ନାଥଙ୍କ ରଥ ଯାତ୍ରାର ଶୁଭ ଅବସରରେ ସମୁସ୍ତ ଦେଶବାସୀଙ୍କୁ ବିଶେଷ ଭାବରେ ଓଡିଶାର ସମସ୍ତ ଭକ୍ତଙ୍କୁ ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦ୍ୱାରା ସମସ୍ତ ଦେଶବାସୀଙ୍କ ଜୀବନ, ସୁଖ ସମୃଦ୍ଧି ଓ ସ୍ୱାସ୍ଥ୍ୟ ପରିପୂର୍ଣ ରହୁ ଏହା କାମନା କରୁଛି ।
ରଥ ଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
ନୂଆଦିଲ୍ଲୀ, ପବିତ୍ର ରଥ ଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେ ଟ୍ୱିଟ କରି କହିଛନ୍ତି ଯେ ରଥ ଯାତ୍ରାର ବିଶେଷ ଅବସରରେ ସମସ୍ତଙ୍କୁ ହାର୍ଦିକ ଅଭିନନ୍ଦନ । ଆମେ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ କରୁଛୁ ଓ ପ୍ରାର୍ଥନା କରୁଛୁ ଯେ ତାଙ୍କର ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଭଲ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ । ଜୟ ଜଗନ୍ନାଥ ।