ଭୁବନେଶ୍ୱର – ସରକାରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ତନଖି କରିବାପାଇଁ ମନ୍ତ୍ରୀ ମାନେ ଗୁପ୍ତ ଭାବେ ଗସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି ରାଜ୍ୟମନ୍ତ୍ରୀ ମାନେ କହିଛନ୍ତି । ଏପରି ହେଲେ ଦୋଷ ତ୍ରୁଟି ସୁଧାରି ହେବ । ଏହାସହ ମନ୍ତ୍ରୀ ମାନେ ସ୍କୁଲ ପରିଚାଳନା ଓ ଶିକ୍ଷାଦାନ ସମ୍ପର୍କରେ ତଥ୍ୟ ପାଇପାରିବେ । ମନ୍ତ୍ରୀ ପଦ୍ମନାଭ ବେହେରା , ସୁଶାନ୍ତ ସିଂହ ଓ ନବ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
Related Stories
November 23, 2024