
ଜଗନ୍ନାଥ ପ୍ରସାଦ -: ଆଜି ସନ୍ଧ୍ୟା ପ୍ରାୟ ଛଟା ସମୟରେ ରାଜ୍ୟ ରାଜପଥ 21ର ନୂଆ ଜିରାବାଡି ଛକ ବୁଲାଣି ନିକଟରେ ଜଗନ୍ନାଥ ପ୍ରସାଦ ଆଡୁ ଓଡ଼ଗାଁ ଅଭିମୁଖେ ଯାଉ ଯାଉଥିବା ଏକ ବାଲି ବୋଝେଇ ଚିପ୍ସସ ହାଇୱା ନମ୍ବର ଓଡି 32ସି 5701ସହିତ ଜିରାବାଡି ଗ୍ରାମର ଶ୍ରୀଧର ସେଠି (26)ପଞ୍ଚଭୁତି ଆଡୁ ବାଇକ ନମ୍ବର ଓଡି 32ଇ 0668ରେ ନିଜ ଗ୍ରାମଜିରା ବାଡ଼ି ଆଡ଼କୁ ଆସୁଥିବା ବେଳେ ମୁହାଁ ମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ତଲରେ ଶ୍ରୀଧର ଙ୍କର ମୃତ୍ୟୁ ଘଟିଥିଲା l ଏହା ଦେଖି ହାଇୱା ଚାଳକ ଘଟଣା ସ୍ତଲରୁ ଫେରାର ହୋଇଯାଇଥିଲା l ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଦୁର୍ଘଟଣା ସ୍ଥାନରେ ପହଁଚି ମୃତ ଶରୀରକୁ ଉଦ୍ଧାର କରି ଜନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କୁ ଆଣିଥିବା ବେଳେ ହାଇୱା ଟିକୁ ଜବତ କରି ଥାନାକୁ ଆଣିଥିଲେ l ତେବେ ହାଇୱା ଧକ୍କାରେ ବାଇକ ଟି ଚୁରମାର ହୋଇଯାଇଥିବା ବେଳେ ମୃତକ ଶ୍ରୀଧର ଙ୍କ ମୁଣ୍ଡଟି ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି l ଆସନ୍ତା କାଲି ମୃତ ଶାରୀର ଟିକୁ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠାଯିବ ବୋଲି ଜଣା ପଡିଛି 1