ଭୁବନେଶ୍ୱର – ରମ୍ଭା ଏବଂ ଚିଲିକାରେ ପ୍ରାଥମିକ ପର୍ଯ୍ୟାୟରେ ଭିତିଭୂମିର ବିକାଶ କରିବାକୁ ପର୍ଯ୍ୟଟନ ଉପଦେଷ୍ଟା କମିଟି ବୈଠକରେ ନିଷ୍ପତି ହୋଇଛି ।
ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ବୈଠକରେ ନିଆଯାଇଥିବା ନିଷ୍ପତି ରାଜ୍ୟ ପର୍ଯ୍ୟଟନ ବିଭାଗ କମିଶନର ତଥା ସଚିବ ବିଶାଳ ଦେବ କହିଲେ ଯେ ଭିତରକନିକାଏବଂ ଚିଲିକାରେ ହାଉସ୍ ବୋଟ୍ କିଣାଯିବ । ଏଥିପାଇଁ ସପିଂ ଫେଡରସନ୍ ଅଫ୍ ଇଣ୍ଡିଆ ସହ ଚୁକ୍ତିନାମା କରାଯିବ । ଏହା ବ୍ୟତୀତ ୯ଟି ସର୍କିଟ୍ ସହ ୧୩ ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ । ଇକୋ ଟୁରିଜିମ୍ ଉପରେ ଗୁରୁତ୍ୱ ଦିଆଯାଉଛି । ନୂଆ ଡାକବଙ୍ଗଳା ନିର୍ମାଣ , ହୋଟେଲ ଓ ରିସୋର୍ଟ କରିବାକୁ ନିଷ୍ପତି ହୋଇଛି । ଏହା ବ୍ୟତୀତ ବୁଦ୍ଧିଷ୍ଟ ସର୍କିଟ୍ ଗ୍ରାଣ୍ଡ ଓ ଡାକବଙ୍ଗଳା କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଡିସେମ୍ବର ପୂର୍ବରୁ ନିର୍ମାଣଧୀନ କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଛନ୍ତି ।