
ବାରିପଦା, ବରିଷ୍ଠ ସାରସ୍ୱତ ସାଧକ କବି ହରିନାରାୟଣ ମିଶ୍ରଙ୍କ ଲିଖିତ କିଶୋର ସାହିତ୍ୟଭିତିକ କବିତା ପୁସ୍ତକ “ଶୁଭାନ୍ୱିତା” ଲୋକର୍ପିତ ହୋଇଯାଇଛି । ଭାର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୟୂରଭଞ୍ଜ ସାହିତ୍ୟ ଏକାଡେମୀର ସଭାପତି ଡ. ସରୋଜ କୁମାର ନାୟକ, ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର, ସୁସାହିତ୍ୟିକ ଅନୁପ କୁମାର ଦାଶ ପ୍ରମୁଖ ଯୋଗ ଦେଇ ପୁସ୍ତକକୁ ଲୋକାର୍ପିତ କରିବା ସହ କବିଙ୍କ ସହନୀୟ ଉଦ୍ୟମକୁ ଭୟସୀ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ କବି ହରନାରାୟଣ ମିଶ୍ରଙ୍କର ଏଥି ପୂର୍ବରୁ ଲିଖିତ ବହୁ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ସ୍ୱୀକୃତି ଲାଭ କରିଛି । କବିଙ୍କର ଲେଖରନୀର ପଦଯାତ୍ରା ସଂକଳନର ଏହା ହେଉଛି ଚତୁର୍ଦ୍ଦଶ ସଂସ୍କରଣ ।