
ବେଲଗୁଣ୍ଠା, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତିୟ ସେବ ଯୋଜନା ଏବଂ ଯୁବ ରେଡ଼କ୍ରସ୍ ଆନୁକୂଲ୍ୟରେ 72 ତମ ବନମହୋତ୍ସବ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ବୃକ୍ଷରୋପଣ କରି ଉଦ୍ଘାଟନ କରିଥିଲେ I ଏଥିରେ ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ,ଡଃ ଗୁରୁମୂର୍ତ୍ତୀ ନାୟକ, ଅଶୋକ କୁମାର ପ୍ରଧାନ, ଅଶୋକ କୁମାର ସ୍ଵାଇଁ, ଅଜୟ କୁମାର ବିଶ୍ୱାଳ ଏବଂ ରଞ୍ଜିତ କୁମାର ସାମଲ୍ ଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ରହି ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରିଥିଲେ I ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ ଏବଂ ଯୁବ ରେଡ଼କ୍ରସ୍ କାଉନସିଲର୍ ଡଃ ପ୍ରଫୁଲ୍ଲ କୁମାର ଜେନା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ