-
ଯଥାଶୀଘ୍ର ରୂପା କବାଟ ଲଗାଇବା ପାଇଁ ଦିଆଯିବ ଗୁରୁତ୍ୱ,
Archaeological Survey of India(ASI)ଓଡିଶା ମଣ୍ଡଳ ଅଧିକ୍ଷକ ଅରୁଣ କୁମାର ମଲ୍ଲିକ ଶ୍ରୀମନ୍ଦିର ପରିଦର୍ଶନ ପରେ ଗଣମାଧ୍ୟମକୁ ପ୍ରଦାନ ସୂଚନା ଅନୁସାରେ ଚଳିତ ରଥଯାତ୍ରା ସମୟରେ ପ୍ରତିବର୍ଷ ପରି ଶ୍ରୀମନ୍ଦିର ଭିତର କ୍ଲିନିଙ୍ଗ ଓ ସାଧାରଣ ରିପ୍ୟାରିଙ୍ଗ କରିବା ସହିତ ଦୁଇଟି ନୂତନ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯାଇଛି |ପ୍ରଥମଟି ହେଲା ଶ୍ରୀମନ୍ଦିରର ସମସ୍ତ ପାର୍ଟକୁ ସମ୍ପୂର୍ଣ୍ଣ ଭାବେ ସ୍କାନିଙ୍ଗ କରିବା ସହିତ ମନ୍ଦିରର ସମସ୍ତ ପାର୍ଟକୁ ଡକୁମେଣ୍ଟସେନ କରାଯିବ |ଏହା କରିବା ଦ୍ୱାରା ASI ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏହାର ସବିଶେଷ ତଥ୍ୟ ଓ ବିବରଣୀ ରହିବ |ଭୋଗ ମଣ୍ଡପ, ନାଟ ମଣ୍ଡପ, ଗର୍ଭଗୃହ, ଜଗମୋହନ କୁ ସ୍କାନିଙ୍ଗ କରାଯାଇ ଡକୁମେଣ୍ଟସେନ କରାଯିବ|ଦ୍ଵିତୀୟ କାର୍ଯ୍ୟଟି ହେଲା କିଭଳି ରୂପା କବାଟ ଲାଗିବ ସେଥିପାଇଁ ଗୁରୁତ୍ୱ ଦିଆଯିବ |ସମସ୍ତ ରୁଟିନ ଚେକ କରାଯିବା ସହିତ ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଅନୁସାରେ ବିକଳାଙ୍ଗ ଓ ବୃଦ୍ଧ ବ୍ୟକ୍ତି ଙ୍କ ପାଇଁ ଏକ ରାମ୍ପ ନିର୍ମାଣ କାର୍ଯ୍ୟ ସରିଛି |ଏଥି ସହିତ ଲକ୍ଷ୍ମୀ ମନ୍ଦିରର ମରାମତି କାର୍ଯ୍ୟ ମଧ୍ୟ ଜାରି ରହିଛି |