-
ପର୍ଯ୍ୟଟକ ଙ୍କ ପାଇଁ ଖୋଲିବ ନାହିଁ ହୋଟେଲ, ଲଜ ଓ ଗେଷ୍ଟ ହାଉସ,
-
ରଥଯାତ୍ରା ପାଇଁ ୨୩ ଜୁଲାଇ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚାଲିବ ନାହିଁ,
କରୋନା ମହାମାରୀରେ ସମୟରେ ଆସନ୍ତା ୧୨ ଜୁଲାଇରେ ଆୟୋଜିତ ହେବାକୁ ଥିବା ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ବାହାର ଲୋକଙ୍କୁ ରଥଯାତ୍ରା ସମୟରେ ପ୍ରଦେଶ ଉପରେ ଲାଗିଛି କଟକଣା |ଜିଲ୍ଲା ପ୍ରଶାସନ ତରଫରୁ ଜାରି କରାଯାଇଥିବା କଟକଣା ୧୧ ଜୁଲାଇ ରୁ ଲାଗୁହେବାର ଥିଲା |ଶନିବାର ସଟଡାଉନ ଥିବାରୁ ପ୍ରଶାସନ ତରଫରୁ ଏହି କଟକଣା ଆଜିଠାରୁ ଲାଗୁ ହୋଇଛି |ଏଥି ସହିତ ରଥଯାତ୍ରା ପାଇଁ ୨୩ ଜୁଲାଇ ପର୍ଯ୍ୟନ୍ତ ପୁରୀକୁ ଆସୁଥିବା ସମସ୍ତ ଟ୍ରେନକୁ ସ୍ଥଗିତ କରାଯାଇଛି |
ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ନିୟମ ଅନୁସାରେ ରଥଯାତ୍ରାକୁ ସଫଳ କରିବା ପାଇଁ ୧୧ ଜୁଲାଇ ସକାଳ ୮ ଟା ସମୟରୁ ୧୩ ଜୁଲାଇ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ କର୍ଫୁ ଜାରି କରାଯାଇଛି |ଏଥି ସହିତ ବଡଦାଣ୍ଡର ଉଭୟ ପାର୍ଶ୍ଵର ଘର ଛାତ ଓ ବାଲକୋନୀ ଉପରେ ଛିଡା ହୋଇ ରଥଯାତ୍ରା ଦେଖିବା ପାଇଁ କାହାରିକୁ ଅନୁମତି ଦିଆଯିବ ନାହିଁ |ବଡଦାଣ୍ଡରେ ମେଡିକାଲ ଯାନବାହାନ ଓ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ଯାନବାହାନ ପ୍ରବେଶ ଉପରେ ଲାଗିଛି କଟକଣା |ଏଥି ସହିତ ପୁରୀ ବାହାର ଲୋକଙ୍କ ପ୍ରବେଶ କଟକଣା କୁ କଡାକଡି କରିବା ପାଇଁ ସହର ବାହାରେ ୮ ଟି ଚେକ ପୋଷ୍ଟ କରାଯାଇଛି |