ଗୁରୁବାର ଦିନର କଥା,ସେଦିନ ଟାଙ୍ଗରପାଲ୍ଲୀ ଥାନା ଇଲାକାର ଦେଓଗାଁ ଦେହୁରୀ ବସ୍ତିର ସଚିନ ଗୋପ ନାମକ (୨୪) ବର୍ଷିୟ ଯୁବକ ଘରେ ଝଗଡା କରି କାରଖାନା ଭିତରକୁ ପାଚେରୀ ଡେଇଁ ଚାଲିଯାଇଥିଲା ବୋଲି ତାର ପରିବାର ଲୋକଙ୍କ କହିବା କଥା । ତେବେ ପରଦିନ ସେହି ଯୁବକକୁ ସଜ୍ଞାହୀନ ଅବସ୍ଥାରେ କାରଖାନା ପାଚେରୀ ବାହାରୁ ଲୋକେ ପାଇ ଡାକ୍ତରଖାନା ନେବାରୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ କିଏ କାହିଁକି ତାକୁ ମାରିଲା ଖୋଜ ଖବର ନେଉ ନେଉ କାରଖାନାର ସିସି କ୍ୟାମେରା ଜଣାପଡିଛି ଯେ ତାକୁ କିଛି ସୁରକ୍ଷା କର୍ମୀ ପିଟି ପିଟି ଏଭଳି ଅବସ୍ଥା କରିଥିବାର ଅଭିଯୋଗ ହୋଇଛି । ତେବେ ଘଟଣାକୁ ୨ ଦିନ ବିତିଲା ସିସି କ୍ୟାମେରା ଭିଡିଓ ଭାଇରାଲ ହେଲାଣି ତଥାପି ପୁଲିସି ସେହି ଅପମୃତ୍ୟୁ ମାମଲାରେ ରହିଛି । ଗ୍ୟାସ୍ ଲିକ ମାମଲାରେ ସେଲ୍ କିଛି ଅଫିସରଙ୍କୁ ନିଲମ୍ବିତ କଲା,ରାଜ୍ୟ କାରଖାନା ବିଭାଗକୁ ଶ୍ରମିକ ସଂଗଠନ ମାନେ ଦୋଷଦେଲେ, ମାତ୍ର ଆଜିଯାଏ ପୁଲିସି କାହା ବିରୋଧରେ ମାମଲାଟିଏ ରୁଜ୍ଜୁ କଲା ନାହିଁ । ଆଇନରେ ରହିଛି ଏଭଳି ଘଟଣା ଲାଗି କାରଖାନା ଲାଗି ଫାକ୍ଟ୍ରିଲାଇସେନ୍ସ ଯାହା ନାମରେ ଥିବ ତାହା ବିରୋଧରେ ମାମଲା କରାଜିବା କଥା । କିନ୍ତୁ, ଆଜିଯାଏ ସେହି ବ୍ୟକ୍ତିକୁ ପୁଲିସି ଖୋଜି ପାଇଲା ନାହିଁ ।
ରାଜ୍ୟ ସରକାର ଆମ ,ମୋ,ପୁଲିସି କଥା କହୁଛନ୍ତି , ରାଜ୍ୟ ମୁଖିଆ କହୁଛନ୍ତି ଆଇନ ତା ରାସ୍ତାରେ ଜିବ, ହେଲେ ରାଉରକେଲା ଇସ୍ପାତ କାରଖାନା ଲାଗି ପୁଲିସିର ଆଇନ ଯେଉଁ ରାସ୍ତାରେ ଯାଉଛି ତାହା କେତେ ଦୂର ଠିକ୍ ତାହା ନିଶ୍ଚୟ ବିଚାର ଯୋଗ୍ୟ । ତେଣୁ କୁହାଯାଉଛି ସାଧାରଣ ମଣିଷର ଜୀବନ ଆରଏସପି ଭିତରେ ପୁଲିସି ଲାଗି କେବଳ ଅପମୃତ୍ୟୁ ମାମଲାଟିଏ ।