
କନ୍ଧମାଳ, କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଂଚଳର ଉମା ଜଙ୍ଗଲରେ କୁମ୍ବିଙ୍ଗ ବେଳେ ମାଓବାଦୀ ଓ ଜବାନ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗୁଳି ବିନିମୟ ରେ ଦୁଇଜଣ ଜବାନ ଆହତ ହୋଇଥିବା ବେଳେ ସେମାନଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ଦିଆଯାଇଛି। ଏହାପରେ ସେମାନଙ୍କୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଅଭିୟ ନିଜେ ପହଞ୍ଚି ଏଆର ଆମ୍ବୁଲାନ୍ସରେ ଭୁବନେଶ୍ବରକୁ ସ୍ଥାନାନ୍ତରିତ କରିଛନ୍ତି। ସେମାନଙ୍କୁ ଭୁବନେଶ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉମା ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଜୋରଦାର ଭାବରେ କରାଯାଉଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ମାଓବାଦୀ ମାନଙ୍କ ଗତିବିଧି ଥିବା ନେଇ ସୂଚନା ମିଳିବା ପରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିଦ୍ଦେର୍ଶ କ୍ରମେ ଏସ. ଓ. ଜି ଏବଂ ଡିଭିଏଫ ଜବାନଙ୍କ ମିଳିତ ଭାବେ କମ୍ବିଂ ଅପରେଶନ ଜାରି କରାଯାଇଥିଲା। ଏହି ଅବସରରେ ଘଟଣା ସ୍ଥଳରେ ମାଓବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା।