ପୁରୀ, ପୁରୀ ଶ୍ରୀମନ୍ଦିରର ୮ଟି ଦ୍ୱାରରେ ରୂପା ଛାଉଣି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଥିଲା । ସେଥିମଧ୍ୟରୁ ରଥଯାତ୍ରା ସମୟରେ ୪ଟି ଦ୍ୱାର ରୂପା ଛାଉଣି କରାଯିବ । ଏହି ୪ଟି ଦ୍ୱାର ପାଇଁ କାଠ କବାଟର ଫ୍ରେମ୍ ନିର୍ମାଣ ହୋଇ ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଇଛି । ୧୭ ଟି ପ୍ୟାକେଟରେ ୧.୩ ଟନ୍ ଓଜନର ରୂପା ଚାଦର ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବେହରଣ ଦ୍ୱାର, କଳାହାଟ ଦ୍ୱାର, ଜୟ ବିଜୟ ଦ୍ୱାର ଓ ଭୋଗ ମଣ୍ଡପ ଦ୍ୱାର ରୂପା ଛାଉଣି କରାଯିବ । ଦ୍ୱାରର କାଠ କବାଟ ଉପରେ ରୂପା ଛାଉଣି କରାଯାଇ ଏହାକୁ ଫିଟିଙ୍ଗ କରାଯିବ ।