ଭୁବନେଶ୍ୱର – ଯାଜପୁରେ ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି । ସ୍ଥାନୀୟ ଏସପି ଏହା ଉପରେ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ଯାଜପୁରର ସବୁ ଥାନାରେ ବିଜେପି ପକ୍ଷରୁ ଏସପିଙ୍କ ବିରୁଦ୍ଧରେ ଏତଲା ଦିଆଯିବ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରକାଶ କରିଛନ୍ତି ।
ବୁଧବାର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିବାର ୭ ଦିନ ବିତି ଯାଇଥିଲେ ହେଁ ହତ୍ୟାକାଣ୍ଡର ସତ୍ୟାସତ୍ୟ ଜଣାପଡିଲା ନାହିଁ । ପୋଲିସ୍ ଡିଜି ଏହା ଉପରେ କୌଣସି ପଦକ୍ଷେପ ନେବା ପରିବର୍ତେ ଚୁପ୍ ରହିବା ଦୁର୍ଭାଗ୍ୟଜନକ । ମହିଳା କମିଶନଙ୍କ ନିରପେକ୍ଷତା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏପରିକି ସ୍ମିତାଙ୍କ ପରିବାରକୁ ଜିଲ୍ଲାପାଳ କିମ୍ବା ବିଡିଓ ଏପର୍ଯ୍ୟନ୍ତ ଭେଟି ନାହାନ୍ତି । ପ୍ରକୃତ ସତ୍ୟକୁ ଲୁଚାଇ ରଖାଯାଇଛି । ତାଙ୍କର ବୃତିଗତ ଜୀବନ ଉପରେ ପୋଲିସ୍ ତଦନ୍ତ କରୁନାହିଁ । ଯାଜପୁର ଏସପିଙ୍କ କାର୍ଯ୍ୟାଳୟକୁ ଆଜି ମହିଳା ବିଜେପି ପକ୍ଷରୁ ଘେରାଉ କରାଯାଇଥିଲା । ଅଭିଯୁକ୍ତ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ର ସରକାରୀ ଜମି ଉପରେ ଗେଷ୍ଟ ହାଉସ୍ ନିର୍ମାଣ କରିଛନ୍ତି, ଯେଉଁଠାରେ ସ୍ମିତାଙ୍କ ମୃତଦେହ ମିଳିଥିଲା । ଏହି ଗେଷ୍ଟହାଉସ୍ କୁ କିଏ ବ୍ୟବହାର କରୁଥିଲା ତାର ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ଦାବି କରିଛି ।