
ତିନିରଥରେ ଶ୍ରୀ ଜୀଉମାନଙ୍କ ‘ପ୍ରଭା’ଫିଟିଙ୍ଗ କାର୍ଯ୍ୟ ଭୋଇସେବକ ଏବଂ ମହାରଣା ସେବକ ମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି।ଏହିସହ ତିନିରଥର ‘ଦୁଆର ବେଢାରେ କନା ପଡିବା ଶେଷ ହେବାସହ ଦୁଆର ବେଢାରେ ଲାଗିଥିବା ମଗର ବତା ଗୁଡିକରେ ମଗର ପଟି ଅଡିବା ଶେଷ ହୋଇଅଛି ।ଏଥି ସହ ଦରଜୀ ସେବକ ମାନେ ତିନିରଥ ର ବତା କନା ଗୁଡିକର ଜୋଡଣୀ କାର୍ଯ୍ୟ ଶେଷ କରି ତିନିରଥର ସାରଥୀ ମାନଙ୍କର ପୋଷାକ ନିର୍ମାଣ ମଧ୍ୟ ଶେଷ କରିଛନ୍ତି ଏଥିସହ ଠାକୁରଙ୍କ ବିଜେ ସମୟରେ ପଟୁଆରରେ ଆସୁଥିବା କଳା ଛତି, ଧଳା ଛତି ଓ ଓଲାରରେ କନା ପଡିବା କାର୍ଯ୍ୟ ଦରଜୀ ସେବକ ମାନେ କରୁଛନ୍ତି |ଏଥି ସହ ଦରଜୀ ସେବକ ମାନେ ଶ୍ରୀବିଗ୍ରହମାନଙ୍କ ପାଇଁ ୪ଗୋଟି ବିଜେ ତୁଳି ଏବଂ ଦୁଇଗୋଟି ଶିପର ତୁଳି ପ୍ରସ୍ତୁତ କରିଛନ୍ତି।ଏଥି ସହ ତିନିରଥର ବ୍ରକ ଗୁଡିକରେ ଲାଗିଥିବା ରବର ମ୍ୟାଟରେ ଆବଶ୍ୟକ ମରାମତି ସହ କଣ୍ଟା ପଡିବା କାର୍ଯ୍ୟ ଶେଷ ହୋଇଅଛି।