
ବେଲଗୁଣ୍ଠା, ଭଞ୍ଜନଗର ବ୍ଳକ୍ କୁଲାଡ଼ ସ୍ଥିତ କବି ସମ୍ରାଟ୍ ବିଦ୍ୟାପୀଠରେ ଭଞ୍ଜନଗର ରୋଟାରୀ କ୍ଲବ୍ ସହଯୋଗରେ 72 ତମ ବନ ମହୋତ୍ସବ ପାଳିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ଯାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ଭାବେ ରୋଟାରୀ କ୍ଲବ୍ ସଭାପତି ଭି.ଦେବୀ ପ୍ରସାଦ ପାତ୍ର, ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ,ରୋଟାରିଆନ ପଞ୍ଚାନନ ମିଶ୍ର, ରଞ୍ଜିତ ବାରିକ, ବସନ୍ତ ପାତ୍ର, ଦିଲ୍ଲୀପ କୁମାର ପାତ୍ର, ରବିନ୍ଦ୍ର କୁମାର ପାଣିଗ୍ରାହୀ ,ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ରିତୁ କୁମାର ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟ ପରିସରରେ ବହୁ ଔଷଧିୟ ଓ ମୂଲ୍ୟବାନ ଚାରା ରୋପଣ କରିଥିଲେ I ଶିକ୍ଷକ ଗୌରୀ ନନ୍ଦନ ହୋତା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ମୁଜାଗଡ଼ ବନାଞ୍ଚଳ କୁଲାଡ଼ ସେକ୍ସନ୍ ବନପାଳ ଶୁଭାସ୍ମିତ ପାତ୍ରଙ୍କ ସମେତ ଅନ୍ୟ ବନ ବିଭାଗ କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ