ପୁରୀ IDH କୋଭିଡ ହସ୍ପିଟାଲ ରେ କୋଭିଡ ରୋଗୀମାନଙ୍କ ର ଚିକିତ୍ସା କରି ଶେଷରେ ନିଜେ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯାଇଥିବା କରୋନା ଯୋଦ୍ଧା ଯୁବ ଚିକିତ୍ସକ ସ୍ବର୍ଗତ ସୁଶାନ୍ତ ପଣ୍ଡା ଙ୍କୁ ବୃକ୍ଷ ରୋପଣ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପୁରୀ ରୋଟାରି କ୍ଲବ ଓ ପୁରୀ ଇନର ହୁଇଲ କ୍ଲବ |ଉଭୟ କ୍ଲବ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ IDH କୋଭିଡ ହସ୍ପିଟାଲ ପରିସରରେ ନିଜ ଦିବଂଗତ ସ୍ୱାମୀଙ୍କ ସ୍ମୃତିରେ ଏକ ଚମ୍ପା ଗଛ ରୋପଣ କରିଛନ୍ତି ଡାକ୍ତର ସୁଶାନ୍ତ ପଣ୍ଡାଙ୍କ ଧର୍ମପତ୍ନୀ ରାକ୍ଷୀ ପଣ୍ଡା |
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଜାତା ମିଶ୍ର, ଜିଲ୍ଲା ବନଖଣ୍ଡ ଅଧିକାରୀ ପି. ରାମାସ୍ୱାମୀ ଓ କୋଭିଡ ହସ୍ପିଟାଲ ର ଦାୟିତ୍ୱରେ ଥିବା ଡାକ୍ତର ନନ୍ଦୀ ଙ୍କ ସମେତ ସମସ୍ତ ଚିକିତ୍ସକ ଓ ପାରାମେଡିକାଲ ଷ୍ଟାଫ ଉପସ୍ଥିତ ଥିଲେ |ପୁରୀ ରୋଟାରି କ୍ଲବ ସଭାପତି ବଦ୍ରି ନାରାୟଣ ପାତ୍ର, ଓ ସମ୍ପାଦକ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଇନର ହୁଇଲ କ୍ଲବର ସଭାନେତ୍ରୀ ସୁଖଜିତ ସିନ୍ଧୁ କର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |ଏହି ଅବସରରେ ଡାକ୍ତର ସୁଶାନ୍ତଙ୍କ ତ୍ୟାଗ, ତପସ୍ୟା ଓ ଅବଦାନର କଥାକୁ ସ୍ମରଣ କରି ଅନେକଙ୍କ ଦୁଇ ଚକ୍ଷୁ ସଦନ ହୋଇ ଉଠିଥିଲା |