ପୁରୀରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦ ତରଫରୁ ପଣ୍ଡିତ ଗୋପବନ୍ଧୁ ଙ୍କ ୯୩ତମ ପୂଣ୍ୟ ତିଥି ପାଳନ କରାଯାଇଅଛି । ପୁରୀ ସିଂହଦ୍ଵାର ନିକଟରେ ଅବସ୍ଥିତ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ ସାହୁ, ଶ୍ରୀ ବିନୟ ଦାଶ, ଉପଜିଲ୍ଲାପାଳ ଶ୍ରୀ ଭବତରଣ ସାହୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ଜିତେନ୍ଦ୍ରେୟ ଜେନା, ସମାଜର ଜିଲ୍ଲା ପ୍ରତିନିଧି ଶ୍ରୀ ଜଗନ୍ନାଥ ବସ୍ତିଆ, ଭାରତ ବିକାଶ ପରିଷଦ ପୃଷ୍ଠପୋଷକ ଟି ବାନାମ୍ବର ପାତ୍ର ଆଦି ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସଂସଦ ତରଫରୁ କରୋନାର ସମସ୍ତ କଟକଣା କୁ ସମ୍ମାନ ଜଣାଇ ସାମାଜିକ ଦୂରତା ସହିତ ସ୍ମୃତି ଚାରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଶ୍ୟାମାପ୍ରକାଶ ସେନାପତି, ଗଣେଶ୍ୱର ମହାସୁଆର, ବିଶ୍ୱନାଥ ଦାସ, ମଧୂସୁଦନ ମିଶ୍ର ଉପସ୍ଥିତ ରହି ସମ୍ବଲପୁର ରୁ ଚାଲି ଚାଲି ଆସିଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଶ୍ରୀ ରାଠୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂସଦ ତରଫରୁ ଶ୍ରୀ ସୌମେନ୍ଦ୍ର ଦାସ୍, ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
November 23, 2024