
ଗଞ୍ଜାମ, ଗତ ୬ ତାରିଖ ରାତିରେ ବ୍ରାହ୍ମଣଛାଇ ଗ୍ରାମରେ ଘଟି ଯାଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଡ଼ିତ ଉଭୟ ଗୋଷ୍ଠୀର ୧୦ ଜଣଙ୍କ ମଧ୍ୟରୁ ସାତ ଜଣଙ୍କୁ ଗିରିଫ କରାଯାଇଛି ବୋଲି ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାଶ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ନୟନ ମଳିକ, ମଙ୍ଗୁଳୁ ପୃଷ୍ଟି, ସୀତାରାମ ଜେନା, ଅନନ୍ତ ଆପଟ, ସନ୍ତ ପ୍ରଧାନ, ଡାକ ପ୍ରଧାନ ଓ କଳ ପ୍ରଧାନ । ଫେରାର୍ ଥିବା ଅନ୍ୟ ତିନିଜଣଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ । ଏ ସମ୍ପର୍କରେ ଥାନାରେ ୧୫୧,୧୫୨ରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରାଯାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।