
-
ପୁତୁରାର ଠେଙ୍ଗା ମାଡରେ ମାଉସୀର ମୃତ୍ୟୁ
ଉଭୟ ପରିବାରର ୭ ଗୁରୁତର
ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜିଗାଁରେ ସମ୍ପତି ବଂଟା ବିବାଦକୁ କେନ୍ଦ୍ର କରି ପୁତୁରାର ଠେଙ୍ଗା ମାଡରେ ମାଉସୀର ମୃତ୍ୟୁ ଘଟିଛି । ଦୁଇ ପରିବାର ମୁହାଁମୁହିଁ ହେବା ଫଳରେ ଘଟଣାରେ ଉଭୟ ପକ୍ଷର ୭ ଜଣ ଗୁରୁତର ହୋଇଛନ୍ତି ।ଦୁଇ ଭଉଣୀରୁ ଦୁଇ ଯାଆ ହୋଇଥିବା ଦୁଇ ପରିବାର ମଧ୍ୟରେ ମାରପିଟ୍ ରେ ଜଣେ ଭଉଣୀର ମୃତ୍ୟୁ ଘଟିଛି । ସମ୍ପତି ବଂଟା ବିବାଦକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ହୋଇଥିବା ମାରପିଟ୍ ରେ ଜଣେ ଭଉଣୀର ପୁଅର ମାଡରେ ଅନ୍ୟ ଜଣେ ଭଉଣୀର ମୃତ୍ୟୁ ଘଟିଛି । ପୁତୁରା ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିବାରୁ ସେ ସେହିଠାରେ ଟଳି ପଡିଥିଲେ । ମାରପିଟରେ ଉଭୟ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ଆହତ ମାନେ ନିକଟସ୍ଥ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି ।