ବେଲଗୁଣ୍ଠା, 08/07, ବିଶ୍ୱର ଉଚ୍ଚ ଶିକ୍ଷିତ ସଭ୍ୟ ମାନବ ଜାତି ପୃଥିବୀ ପୃଷ୍ଠରୁ କୋଟି କୋଟି ମୂଲ୍ୟବାନ ବୃକ୍ଷ କାଟି ନେଉଥିବା ବେଳେ ସଂସାରକୁ ଭଲଭାବରେ ବୁଝି ନଥିବା ବେଲଗୁଣ୍ଠା ଅଞ୍ଚଳର ଦୁଇ ଶିଶୁ ଆଗେଇ ଆସିଛନ୍ତି ବିଶ୍ଵର ସବୁଜ ପରିବେଶକୁ ସଜାଡ଼ିବା ପାଇଁ I ସୂଚନା ଅନୁସାରେ ବେଲଗୁଣ୍ଠା ସହରର 6 ନମ୍ବର୍ ୱାର୍ଡ଼ର ପ୍ରଦୀପ ସାହୁ ଏବଂ ପ୍ରତିଭା ସାହୁଙ୍କ ସୁପୁତ୍ର ଦେବର୍ପିତ୍ ଚତୁର୍ଥ ଶ୍ରେଣୀରେ ପଢନ୍ତି I ସେହିପରି ଦିଲ୍ଲିପ୍ ସାହୁ ଏବଂ ବିଷ୍ଣୁପ୍ରିୟା ସାହୁଙ୍କ ସୁକନ୍ୟା ଦିବ୍ୟଜ୍ୟୋତି ଷଷ୍ଠ ଶ୍ରେଣୀରେ ପଢନ୍ତି I ଶିଶୁ ଦୁଇଟି ଏତେ କମ୍ ବୟସର ହୋଇଥିଲେ ମଧ୍ୟ ବୃକ୍ଷଟିଏ ଜୀବଜଗତ ପାଇଁ କେତେ ଉପାଦେୟ ତାହା ସେମାନେ ଜାଣିପାରିଛନ୍ତି I ତେଣୁ ବର୍ଷା ଋତୁ ଆସିଲା ମାତ୍ରକେ ନିଜର କୁନି କୁନି ହାତରେ କୋଡି ଏବଂ ବିଭିନ୍ନ ରକମର ଚାରା ଧରି ବାହାରି ପଡନ୍ତି ନିଜ ବାଡ଼ି ବଗିଚାକୁ I ବାଡ଼ିରେ ବିଭିନ୍ନ ଗଛ ଲଗାଇବା ସହ ସେଗୁଡ଼ିକର ଉପଯୁକ୍ତ ଯତ୍ନ ମଧ୍ୟ ନିଅନ୍ତି ଏହି ଶିଶୁ ଦ୍ୱୟ I ବର୍ତ୍ତମାନ ଏହି ଦୁଇ ଶିଶୁ ବେଲଗୁଣ୍ଠାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଭୟ ଶିଶୁଙ୍କୁ ବିଭିନ୍ନ ମହଲରୁ ସେମାନଙ୍କ କାର୍ଯ୍ୟ ପାଇଁ ସାଧୁବାଦର ସୁଅ ଛୁଟିଛି I
ରିପୋର୍ଟ-ଶିବରାମ ଚୌଧୁରୀ