
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ୍ ର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତର ଆରୋଳ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ଆରୋଳ ଗ୍ରାମର ସଭାପତି ପଙ୍କଜ ଚରଣ ମିଶ୍ର,ସମ୍ପାଦକ ନୃସିଂହ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ ମିଶ୍ର,ସମିତି ସଭ୍ୟ ଧୁସାସନ ପରିଡା ଓ ପଞ୍ଚାୟତ ସଭାପତି ରବିନ୍ଦ୍ର କୁମାର ରାଉତ ଉପସ୍ଥିତ ଥିଲେ।