
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ବ୍ରହ୍ମଗିରି ବ୍ଲକ୍ ର ୩୦ ନମ୍ବର ଜୋନର କାଣ୍ଡଗୋଦା ପଞ୍ଚାୟତର ପଲ୍ଲୀ ଗ୍ରାମ,ଡିମିରିସେଣା ପଞ୍ଚାୟତର ଖଜୁରିଆ ସ୍ଵାସ୍ଥ୍ୟ କେନ୍ଦ୍ର ଓ ରାୟବିଧାର ପଞ୍ଚାୟତ ରାଇଶିମୁଳି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ମିଲି ବେହେରା,ପଲ୍ଲୀ ଗ୍ରାମ ସଭାପତି ବୈକୁଣ୍ଠ ପ୍ରଧାନ, କଣ୍ଡୁରି ଚରଣ ବରାଳ,ସରପଞ୍ଚ ବିଷ୍ଣୁପ୍ରିୟା ବରାଳ,ପୂର୍ବତନ ସରପଞ୍ଚ ଗଦାଧର ବରାଳ,ପଞ୍ଚାୟତ ସଭାପତି ନିଳମଣି ଭଟ୍ଟ, ଡିମିରିସେଣା ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ଜଗଦେବ,ରାୟବିଧାର ପଞ୍ଚାୟତର ଦିଲିପ ପଟ୍ଟନାୟକ,ଗୋପାଳ ସାହୁ ଓ ଖଜୁରିଆ ସ୍ଵାସ୍ଥ୍ୟ କେନ୍ଦ୍ରର ଡକ୍ଟର କଳ୍ପନା ବରାଳ ଉପସ୍ଥିତ ଥିଲେ।