କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ତିନିରଥର ନିର୍ମାଣ କାର୍ଯ୍ୟ ଏବଂ ରଙ୍ଗ କାର୍ଯ୍ୟ ସଂପୂର୍ଣ୍ଣ ପରେ ଆଜି ରଥରେ କନା ପଡିବା ଆରମ୍ଭ ହୋଇଅଛି । କୋଠ ସୁଆଁସିଆ ସେବକଙ୍କ ଦ୍ଵାରା ପ୍ରଥମେ ତାଳଧ୍ଵଜ ରଥର ଚାରି ଗୋଟି ଦୁଆର ବେଢାରେ କନା ପଡିଲା ପରେ ନନ୍ଦିଘୋଷ
ରଥର ଚାରିଗୋଟି ଦୁଆର ବେଢାରେ ମଧ୍ୟ କନାପଡିଅଛି ।
ତିନିରଥର ଦରଜୀ ସେବକ ମାନେ ଚିକଣ ଜରି ଫୁଲ ଲେସ ପଡି ତିଆରି ହୋଇଥିବା ବତା କନା ଗୁଡିକର ଜୋଡଣି କାର୍ଯ୍ୟ ଶେଷ କରିଛନ୍ତି|ତିନିରଥର କନକ ମୁଣ୍ଡି ପାଇଁ ପିତଳ ସଜ ସଫା ହୋଇ ଆସିଅଛି | ଆସନ୍ତା କାଲି ତିନି ରଥ କନକ ମୁଣ୍ଡିରେ ପିତଳ ସଜ ଲାଗି ହେବା ସହ ତିନିରଥରେ ପ୍ରଭା ଫିଟିଙ୍ଗ କରାଯିବ ବୋଲି ଯୋଜନା ରହିଛି ।
Related Stories
November 23, 2024