
ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଗୀତାଞ୍ଜଳି ବେହେରା ଙ୍କ ଏକମାତ୍ର କନ୍ୟା ଦିବୟାଂଶି (3)ର ଜନ୍ମ ଦିନଥିଲାl ହେଲେ କୌଣସି ଆଡମ୍ବର ନଥିଲାl ନା ଭୋଜି ଭାତର ଆସର ନା ଜନ୍ମ ଦିନ କେକ୍କ କଟା ର ପର୍ବ ନା ଥିଲା ସାଜ ସଜା ଏପରିକି କୈଣସି ବନ୍ଧୁ ବାନ୍ଧବ କିମ୍ବା ସାଙ୍ଗ ସାଥି ଅତିଥି ମାନଙ୍କ ଗହଳି ନଥିଲା l ବର୍ତମାନ ମନୁଷ୍ୟ ଜୀବନ ବଞ୍ଚିବା ପାଇଁ ଅମ୍ଳଜାନ ମହୋଶଧି ପାଲଟିଥିବା ବେଳେ ଏହା କେବଳ ବୃକ୍ଷ ହିଁ ଯୋଗାଈଥାଏ l ଚାରା ରୋପଣ ସପ୍ତାହ ପାଳନ ଅବସରରେ ଏକ ନିଆରା ଢଙ୍ଗରେ ଏହି ଶିଶୁ କନ୍ୟାଟିର ଜନ୍ମ ଦିନ ପାଳିଥିଲେ ଅଧକ୍ଷା ଦମ୍ପତି l ଅଧକ୍ଷା ଙ୍କ ସ୍ୱାମୀ ଅନାଦି ବେହେରା ନିଜର ପିତା ମାତା ଭଉଣୀ ଏବଂ ଜିରାବାଡି ସରପଞ୍ଚ ସାବିତ୍ରୀ ବେହେରା ସ୍ତ୍ରୀ ଗୀତାଞ୍ଜଳୀ ଙ୍କୁ ଧରି ଗ୍ରାମ ନିକଟରେ ଥିବା ରାମ ପାଦ ମନ୍ଦିର ପ୍ରାଙ୍ଗଣ କୁଯାଇ ଭଗବାନ ହନୁମାନଙ୍କୁ ପୂଜା କରି ତାଙ୍କ କନ୍ୟାର ମଙ୍ଗଳ କାମନା କରିଥିଲେ l ପରେ ନୀଜ ସନ୍ତାନ ନାମରେ ଡାଲିମ୍ବ, ଆମ୍ବ,ନିମ୍ବ,କଦମ୍ବ, ଲେମ୍ଭୁ ଭଳି ପ୍ରାୟ ପନ୍ଦର ପ୍ରକାର ର ଚାରା ରୋପଣ କରିଥିଲେ l ନିଜେ ପ୍ରତେହ ଏଠାକୁ ଆସି ଗଛ ଗୁଡିକର ଯତ୍ନ ନେଇ ଏହାକୁ ନୀଜ ପିଲା ଭଳି ପାଳି ବଡ଼ କରିବେ ବୋଲି କହିଥିଲେl ଅଧକ୍ଷା ଦମ୍ପତି ଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବହୁଳ ଭାବେ ପ୍ରଶଂସା କରିଛନ୍ତି 1