
ଭୁବନେଶ୍ୱର:ସୋସାଇଟି ଫର ପ୍ରୋଟେକ୍ସନ ଓ୍ବାଇଲ୍ ଲାଇଫଡ ଆଣ୍ଡ ଏନଭରମେଣ୍ଟ ପକ୍ଷରୁ ପୁରୁଣା ଭୁବନେଶ୍ୱର ସ୍ଥିତ ଅନ୍ନପୂର୍ଣ୍ଣା ଭବନ ପରିସରରେ ୭୨ତମ ବନ ମହୋତ୍ସବ ଉଦଯାପନୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ଡଃ ଭାଗିରଥୀ ବେହେରା ଉତ୍ସବରେ ଅଧ୍ୟକ୍ଷତା କରି କ୍ଷୋଭ ପ୍ରକାଶ କରି କହିଲେ ଜଙ୍ଗଲ ଯେଉଁପରି ଭାବରେ ହ୍ରାସ ପାଇବାରେ ଲାଗିଛି ଆଗକୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେବ । ଏବେ ଆମେ ପ୍ରଳୟ ଆଡ଼କୁ ଗତିକରୁଛେ , ଜଙ୍ଗଲର ସୁରକ୍ଷା ସହିତ ବୃକ୍ଷ ରୋପଣ କରିବା ପାଇଁ ସବୁ ସ୍ତରରେ ଉଦ୍ଯମ ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ । ୧୯୪୭ ମସିହା ଠାରୁ ଦେଶରେ ବନ ମହୋତ୍ସବ ଜୁଲାଇ ମାସର ପ୍ରଥମ ସପ୍ତାହ ସାତଦିନ ଧରି ପାଳିତ ହୋଇ ଆସୁଅଛି । ଏହାର ଲକ୍ଷ କେବଳ ବନୀକରଣ ଏବଂ ଜଙ୍ଗଲ ସୁରକ୍ଷା । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ବ୍ଯାପକ ଭାବରେ କରିବାକୁ ସେ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବୀଣାପାଣି ଚୌଧୁରୀ , ଭବାନୀ ପ୍ରସାଦ ବଳିଆରସିଂ , ପ୍ରଶାନ୍ତୀ ପ୍ରିୟଦର୍ଶିନୀ ଏବଂ ସୋସାଇଟିର ସଭ୍ୟ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବନ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଚନ୍ଦନ ଚାରା ରୋପଣ କରିଥିଲେ ।