ସିମ୍ଲା, ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ କାରଣରୁ ରାଜ୍ୟରେ ଶୋକର ଲହରି ଖେଳିଯାଇଛି ।ମିଳିଥିବା ସୂଚନା ଅନୁସାରେ ବୀରଭଦ୍ର ସକାଳ ୩.୪୦ରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ସିମ୍ଲାସ୍ଥିତ ଆଇଜିଏମସିରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ପ୍ରାୟ ଅଢେଇ ମାସ ହେବ ଆଇଜିଏମସିରେ ଭର୍ତି କରାଯାଇଥିଲା ।ବୀରଭଦ୍ର ସିଂହ ଛଅ ଥର ହିମାଚଳର ମୁଖ୍ୟମନ୍ତ୍ରୀ ଥିଲେ । ୟୁପିଏ ସରକାରରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ । ସେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପରିଚାଳନା କରିଥିଲେ । ଏହା ବ୍ୟତୀତ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟ ରହିଥିଲେ ।
Related Stories
November 23, 2024