
କନ୍ଧମାଳ,କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ କ୍ରମଶଃ ଖସିବାରେ ଲାଗିଛି । ଆଜି ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ୧୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଆଜିର ଚିହ୍ନଟ ମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦,୮୯୫ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୦,୬୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୨ ରେ ପହଂଚି ଥିବାବେଳେ ଆଉ ୨୩୪ ଜଣ ସଂକ୍ରମିତ କୋଭିଡ୍ ହସପିଟାଲରେ ଏବଂ ପୃଥକ୍ ବାସରେ ରହି ଚିକିତ୍ସିତ ହେଉଛନ୍ତି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ୫ ଜଣ ଏବଂ ଗ୍ରାମାଂଚଳର ଜଣଙ୍କୁ ମିଶାଇ ମୋଟ୍ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାର ବାଲିଗୁଡାରେ ୩ ଜଣ, ଦାରିଙ୍ଗବାଡିରେ ଜଣେ, ଘୁ.ଉଦୟଗିରିରେ ୨ ଜଣ, କ.ନୂଆଗାଁରେ ୨ ଜଣ, ତୁମୁଡିବନ୍ଧରେ ୪ ଜଣ ଏବଂ ଜିଲ୍ଲା ବାହାରେ ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି ।