
ସଦରବ୍ଲକ କଂଗ୍ରେସ କମିଟି ତରଫରୁ ସଦରବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଆଖିଲବ ଭାରତ କଂଗ୍ରେସ କମିଟିର ଡାକରା କ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଉଅଛି |ପେଟ୍ରୋଲ ଡିଜେଲ ର ଅହେତୁକ ଦରବୃଦ୍ଧି ନିତ୍ୟବ୍ୟବହୃତ ଦ୍ରବ୍ୟ ତେଲ, ରନ୍ଧନ ଗ୍ୟାସ ର ଦରବୃଦ୍ଧି ଗରିବ ଖଟିଖିଆ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ସମସ୍ୟା ର କାରଣ ହୋଇଛି ତୁରନ୍ତ ଏହି ଦର ବୃଦ୍ଧିକୁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟାହାର କରିବା ପାଇଁ କମିଟି ତରଫରୁ ଦାବି କରାଯାଇଛି | ଏହି ବିକ୍ଷୋଭ ରେ ସଦରବ୍ଲକ ସଭାପତି ଅବିନାଶ ମିଶ୍ର ,ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବିରେନ୍ଦ୍ର ଭୂଷଣ ହୋତା, ବରିଷ୍ଠ କଂଗ୍ରେସ ନେତା, ଵିଷ୍ଣୁ ପ୍ରସାଦ ମିଶ୍ର, ରାଜେଶ ମିଶ୍ର,ଆଇନିଜୀବୀ ସୁକାନ୍ତ ପ୍ରଧାନ, ଜୀବେଶ ଚନ୍ଦ୍ର ରଥ, ଆଲୋକ କୁମାର ଦାସ,ଆଶୁତୋଷ ମିଶ୍ର, ମାନସ ମିଶ୍ର, ଅନୀଲ କୁମାର ସ୍ୱାଇଁ, ଗୁଡୁ ସ୍ୱାଇଁ, ପ୍ରସନ୍ନ ପ୍ରଧାନ, ମାଧବ ସ୍ୱାଇଁ, ଜିତୁ ସ୍ୱାଇଁ,ସୀତାକାନ୍ତ ମହାନ୍ତି ,ପ୍ରଦୀପ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |