
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା , ଆମ ପୋଲିସ ସମିତି,ବନବିଭାଗଙ୍କ ମିଳିତ ସହଯୋଗରେ ଥାନା ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l 72ତମ ବନ ମହୋତ୍ସବ ପାଳନ ଅବସରରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଥାନା ଅଧିକାରୀ ଦିଲୀପ କୁମାର ସ୍ୱାଇଁ ତତ୍ୱାବଧାନ ରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜି, ପୋଲିସ ଏସଡିପିଓ ସୁଧାଂଶୁ ଶେଖର ମିଶ୍ର ଏବଂ ବନପାଳ ଇଶ୍ୱା ଗଣେଶ, ବିଡ଼ିଓ ଅନୁପ ପଣ୍ଡା ଜିଲ୍ଲା ପାରିଷଦ ଡ଼କ୍ଟର ରାଜନ୍ଦ୍ର ସ୍ୱାଇଁ, ବରୁଣ କୁମାର ବେହେରା, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ଅନାଦି ଚରଣ ବେହେରା, ବିଡ଼ିପୁର ସମିତି ସଭ୍ୟ ଅମୀର କୁମାର ସ୍ୱାଇଁ, ରେଡକର୍ସ କାଉଁସିଲର ତଥା ଅଧ୍ୟ୍ୟପକ ଲୋକନାଥ ମହାନ୍ତି, ସ୍ବେଛାସେବୀ ସରୋଜ କୁମାର ନାୟକ, ଛାମୁଣ୍ଡା ସରପଞ୍ଚ ବସନ୍ତ କୁମାର ପ୍ରଧାନ, ବନରଖି ବିଦୂଲତା ତ୍ରିପାଠୀ, ପି ମୋହନ,ବନବିଭାର କର୍ମଚାରୀ ସ୍ଵାତି.ଡି. ଓ କାଜୋଲ ପଟ୍ଟନାୟକ ,ସଂଯୋଜକ ରାମ ଚନ୍ଦ୍ର ବାରିକ ଯୋଗ ଦେଇ ଵୃକ୍ଷ ରୋପଣ କରିଥିଲେ l ଆଜି ଥାନା ପରିସର ରେ ପ୍ରାୟ ପଚାଷ ରୁ ଉର୍ଦ୍ଧଚାରା ରୋପଣ କରାଯାଇଥିବା ବେଳେ ବନ ବିଭାଗ କର୍ମଚାରୀ ଓ ପୋଲିସ ଥାନାର ସମସ୍ତଙ୍କର ମିଳିତ ଆନୁକୂଲ୍ୟରେ ଚାରା ରୋପଣ ଅନୁଷ୍ଠିତ ହୋଇଯାଇଛି