Related Stories
November 22, 2024
ବାରିପଦା, ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ଧରି କରୋନା ସଂକ୍ରମଣର ସ୍ଥିତି ଉପର ତଳ ହେବାରେ ଲାଗିଛି । ଗତ ଏପ୍ରିଲ ୨୧ ପରେ ଜୁଲାଇ ୬ରେ ପ୍ରଥମ ଥର ନିମନ୍ତେ ସର୍ବନିମ୍ନ ୧୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜିଲ୍ଲାରେ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୩୬,୫୦୨ରେ ପହଁଞ୍ଚିଛି । ସେହିପରି ଜିଲ୍ଲାରେ ଚିକିତ୍ସାଧୀନ କରୋନା ସଂକ୍ରମିତମାନଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ଥମିବାର ନାମ ଧରୁ ନାହିଁ । ଗତ ଜୁନ ମାସରେ ଜିଲ୍ଲାରୁ ସର୍ବାଧିକ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ଜୁଲାଇ ମାସର ୬ ଦିନ ମଧ୍ୟରେ ୫ ପୁରୁଷ ଓ ୫ ମହିଳାଙ୍କୁ ମିଶାଇ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ଏହି ସମୟରେ ଆଜି ଜିଲ୍ଲାରୁ ଜଣେ ୪୯ ବର୍ଷର ପୁରୁଷଙ୍କ ସହ ୩୧, ୪୨, ୪୫ ଓ ୬୫ ବର୍ଷିୟା ମହିଳା ଏହିପରି ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏଥି ସହିତ ଜୁଲାଇ ୫ ପର୍ଯ୍ୟନ୍ତ ଜିଲ୍ଲାରୁ ୯୫.୪୬ ପ୍ରତିଶତରୁ ଅଧିକ ହାରରେ ୩୪,୭୪୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁଲାଇ ୬ ଅପରାହ୍ନ ସୁଦ୍ଧା ୪.୪୩ ପ୍ରତିଶତ ହାରରେ ୧,୬୧୬ ଜଣ ସକ୍ରିୟ ଥାଇ ବାଙ୍କିଶୋଳ କୋଭିଡ଼ ହସପିଟାଲ, ପିଆରଏମ ମେଡ଼ିକାଲ ସ୍ଥିତ ସ୍ୱତନ୍ତ୍ର ୱାର୍ଡ଼, କୋଭିଡ଼ କେୟାର ସେଣ୍ଟର ଓ କଟକ-ଭୂବନେଶ୍ୱର ଆଦିରେ ଚିକିତ୍ସା ହେଉଥିବା ସମୟରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୦.୩୮ ପ୍ରତିଶତ ହାରରେ ୧୩୮ ରେ ପହଁଞ୍ଚିଛି । ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି କେବଳ ଜୁଲାଇ ମାସର ୬ ଦିନରେ ଜିଲ୍ଲାରୁ ୯୭୪ଜଣ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି ।