
-
ଡ.ମୁଖାର୍ଜୀଙ୍କ ବିଚାରରେ ଅନୁପ୍ରାଣିତ ହେବାକୁ ଯୁବପିଢୀଙ୍କୁ ଆହ୍ୱାନ
-
ରକ୍ତଦାନ ଶିବିର ଅନୁଷ୍ଠିତ
ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜେପି କାର୍ଯ୍ୟକର୍ତାଙ୍କ ସମେତ ବହୁ ସ୍ୱେଚ୍ଛାସେବୀମାନେ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିଥିଲେ । କେବଳ କ୍ଷମତା ପାଇଁ ନୁହେଁ, ବରଂ ସମାଜକୁ ସୁଦୃଢ, ଶୃଙ୍ଖଳିତ, ସଶକ୍ତ ଓ ବିକଶିତ କରିବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ଏବଂ “ସେବା ହିଁ ସଂଗଠନ”ମନ୍ତ୍ରକୁ ପାଥେୟ କରି ବିଜେପି କାର୍ଯ୍ୟକର୍ତାମାନେ ବିଭିନ୍ନ ସମୟରେ ବହୁ ସମାଜ ସେବାରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ରଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ପକ୍ଷରୁ ପ୍ରତି ବୁଥରେ ସ୍ୱର୍ଗତଃ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ତାଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ କରି ଶ୍ରଦ୍ଧାଜଂଳି ଅର୍ପଣ କରାଯାଇଛି । ସ୍ୱର୍ଗତଃ ମୁଖାର୍ଜୀଙ୍କ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ, ଦିବ୍ୟାଙ୍ଗ ମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଜିଲ୍ଲା ବିଜେପି ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯିବା ସହ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା ।