

Related Stories
October 15, 2025
ଭୁବନେଶ୍ୱର, ଭୁବନେଶ୍ୱର ଏମ୍ ସ୍ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି ।ଏହି କେନ୍ଦ୍ର ରେ ଜଣେ ଷ୍ଟେସନ୍ ଅଫିସରଙ୍କ ସମେତ ଦଶ ଜଣ କର୍ମଚାରୀ ରହିବେ । ଏଥିପାଇଁ ରାଜ୍ୟ ସରକାର ଦଶଟି ନୂତନ ପଦବୀ ସୃଷ୍ଟି କରିଛନ୍ତି । ଏମସ୍ ପରି ଏକ ସ୍ୱର୍ଭାରତୀୟ ଚିକିତ୍ସା ପ୍ରତିଷ୍ଠା ର ଅଗ୍ନି ନିରାପତା କୁ ସୁଦୃଢ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ କଟକ ଏସସିବି ମେଡିକାଲ କଲେଜ ,ବ୍ରହ୍ମପୁର ଏମେକସିଜି ମେଡିକାଲ କଲେଜ ଏବଂ ବୁର୍ଲା ଭିମସାର ରେ ଗୋଟିଏ ଗୋଟିଏ ଅଗ୍ନିଶମ ସେବା କେନ୍ଦ୍ର ରହିଛି ।ସାରା ରାଜ୍ୟରେ ବର୍ତମାନ ୩୩୮ଟି ଅଗ୍ନିଶମ ସେବା କେନ୍ଦ୍ର ବିପଦ ଆପଦ ସମୟରେ ଲୋକଙ୍କୁ ସେବା ଯୋଗାଉଛି ।