ରିପୋର୍ଟ -:ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥପ୍ରସାଦ- : ଜଗନ୍ନାଥପ୍ରସାଦ ଅଂଚଳରେ ବର୍ତ୍ତମାନ ଆଦିବାସୀ ଅଧିତିଷ୍ଠ ଗୁଡିକରେ ଦେଖିବାକୁ ମିଳିଛି କିଛି ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଅଂଚଳ ର ବୈଦ୍ୟ ଙ୍କ ପାଦୁର୍ଭାଵ । ବିଭିନ୍ନ ଜଙ୍ଗଲ ଜାତ ମଞ୍ଜି, ଗଛର ମୂଳ, ଛାଲି ଇତ୍ୟାଦି ଧରି କରୁଛନ୍ତି ଲୋକଙ୍କ ଚିକିତ୍ସା ।ପ୍ରଥମେ ବିନା ମୂଲ୍ୟରେ ତେଲ ମାଲିସ, ଭଲ ଲାଗିଲେ ତେଲ ଡବା 100 ଟଙ୍କା ।
ଘଟଣା କ୍ରମ ରେ ଆଜି ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ କୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଶୁଣିବାକୁ ମିଳିଥିଲା କିଛି ଲୋକଙ୍କ ଡାକ ଓ ଦେଖିବାକୁ ମିଳିଥିଲା ଖଚାଖଚ ଭିଡ଼ । ଯାଇ ଦେଖିବାରୁ ମିଳିଲା ଦୁଇ ଜଣ ଲୋକ କିଛି ଚେର ମୁଳି, ମଞ୍ଜି, ଗଛର ଛାଲି ଓ ରଙ୍ଗ ବେରଙ୍ଗ ଛୋଟ ଛୋଟ ଡବା ରେ କିଛି ତରଳ ପଦାର୍ଥ ଧରି ଲୋକଙ୍କ ଗୋଡ଼ ହାତ ବିନ୍ଧା, ଗଣ୍ଠି ବାତ ଓ ଥଣ୍ଡା କାଶ ଆଦି ଭଲ ହେବା ପାଇଁ ଡାକ ପକାଉଛନ୍ତି । ଜଣେ ଲୋଜ ଲୋକଙ୍କୁ ବୁଝାଉ ଥିବା ବେଳେ ଅନ୍ୟ ଜଣେ ଆଣିଥିବା ତରଳ ପଦାର୍ଥ ତେଲ କୁ କିଛି ଲୋକଙ୍କ ଗୋଡ଼ ହାତରେ ମାଲିସ କରିବାରେ ଲାଗିଛି । ଏନେଇ ପଚାରିବାରୁ ବୁଝାଉଥିବା ଲୋକଟି ଆଣିଥିବା ଜିନିଷ ଗୁଡିକ ରୁ ତେଲ ବାହାର କଲେ ସେହି ତେଲ ଶରୀର ରେ ମାଲିସ କରିବା ଦ୍ୱାରା ରୋଗ ଦୂର ହୁଏ ବୋଲି ବୁଝାଇଥିବା ସହ ସେମାନେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ଅଞ୍ଚଳରୁ ଆସିଛନ୍ତି ଏବଂ ଅନ୍ୟ ଗ୍ରାମ ରେ ସେମାନଙ୍କ ଅନ୍ୟ ସାଥି ମାନେ ବି ଏହି ପରି କାର୍ଯ୍ୟ କରୁଥିବା ର କହିଥିଲେ । ତେବେ ଆମକୁ ସେଠାକୁ କାହିଁକି ଆସିଛନ୍ତି ଓ ପରିଚୟ ମାଗିଥିଲେ । ଯେତେବେଳେ ଜାଣିଲେ ଆମେ ସାମ୍ବାଦିକ ଓ ଖବର ସଂଗ୍ରହ ପାଇଁ ଆସିଛୁ ବୋଲି ସେତେବେଳେ ସେମାନେ ନିଜ ନିଜର କାର୍ଯ୍ୟକଳାପ ବନ୍ଧ କରି ସେଠାରୁ ଆଖି ପିଛୁଳାକେ ପଳାଇଥିଲେ ତେବେ ଏଠି ପ୍ରଶ୍ନ ଉଠୁଛି ଏହି ପରି ମିଥ୍ୟା ପ୍ରଲୋଭନ ଦେଖାଇ, ମିଥ୍ୟା ସୂଚନା ଦେଇ ଲୋକଙ୍କ ଠୁ ଅର୍ଥ ହଡ଼ପ କରିବା କଣ ସ୍ଥାନୀୟ ପ୍ରଶାସନ ର ନଜର କୁ ଆସୁନାହିଁ । ନା ପ୍ରଶାସନ ନିଜ ଦାଇତ୍ୱ ବୋଧ କୁ ଭୁଲି ଯାଇଛି ? ତେବେ ଜଗନ୍ନାଥପ୍ରସାଦ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳୁନଥିବା କାରଣ ରୁ ନୟାଗଡ଼ ଅଞ୍ଚଳରୁ କିଛି ଦଲାଲ ଆସି ଲୋକଙ୍କୁ ନାନା ଦି ପ୍ରକାର ପ୍ରଲୋଭନ ଦେଖାଇ ଅର୍ଥ ହଡ଼ପ କରୁଥିବା ସ୍ଥାନୀୟ ଲୋକ କହିଛନ୍ତି ।
Related Stories
November 24, 2024