ରିପୋର୍ଟ -ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥ ପ୍ରସାଦ -: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍ ଶାଖା ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ କଲେଜ ପରିସର ମଧ୍ୟରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଦୁଇଟି ନିମ୍ବ ଚାରା କୁ ପୂଜା, ନାମ କରଣ ଓ ସଂକଳ୍ପ କରି ରୋପଣ କରାଯାଇଥିଲା । ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ନିର୍ଦେଶାନୁଶାରେ ପ୍ରଚୁର ଅମ୍ଳଜାନ ପ୍ରଦାନ କରୁଥିବା ନିମ୍ବ ଗଛକୁ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ନାମକରଣ କରି ଓଡିଶାର ପ୍ରତେକ ମହାବିଦ୍ୟାଳୟ ରେ ଜୁଲାଇ ୫ ତାରିଖରେ ରୋପଣ କରିବା ପାଇଁ କୁହାଯାଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ଆମ ମହାବିଦ୍ୟାଳୟ ପରିସରରେ ଦୁଇଟି ନିମ୍ବ ଗଛ ଆମ କଲେଜର ଛାତ୍ର କାରଗିଲ ଯୁଦ୍ଧ ରେ ସହିଦ ହୋଇଥିବାରୁ ସହିଦ୍ ପ୍ରତାପ ଚନ୍ଦ୍ର ସାଥୁଆ ଏବଂ ଆମ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ତଥା କଲେଜର ଦାତା ମାଗୁଣି ଦାଶଙ୍କ ନାମରେ ସ୍ମୃତି ଫଳକ ଲଗାଇ ଚାରା ରୋପଣ କରାଯାଇଥିଲା । ଏହି ମହୋତ୍ସବରେ ରେଡ୍ କ୍ରସ୍ କାଉନସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସ, ପ୍ରାଧ୍ୟାପକ ଭାସ୍କର ଗୌଡ, ଅଧ୍ୟାପକ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ, ଅଧ୍ୟାପକ ରାଧା ମାଧବ ପ୍ରଧାନ, ଡେମୋନଷ୍ଟ୍ରେଟର ସଙ୍କର୍ଷଣ ପାତ୍ର, ଷ୍ଟୋର ରକ୍ଷକ ଶ୍ୟାମଘନ ପ୍ରଧାନ ଏବଂ କାଉନସିଲର ସରୋଜ କୁମାର ନାୟକ ଉପସ୍ଥିତ ଥିଲେ। ଜଗନ୍ନାଥ ପ୍ରସାଦ ବ୍ଳକର ବିଭିନ୍ନ ପତ୍ର ପତ୍ରିକାର ସାମ୍ବାଦିକ ବନ୍ଧୁ ମାନେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟର ଉଚ୍ଚ ପ୍ରସଂଶା କରିଥିଲେ I ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ବିଭୂତି ଭୂଷଣ ନାୟକ, କେଶବ ଭୋଇ, ଚନ୍ଦନ ସେନାପତି, ଫକୀର ମୋହନ ସେନାପତି, ଅଶୋକ କୁମାର ବାରିକ ଓ ଯୁଗନୁ ନାୟକ ଆଦି ସହଯୋଗ କରିଥିଲେ I
Related Stories
November 24, 2024