
ରିପୋର୍ଟ -ଚିତ୍ତରଞ୍ଜନ ଗନ୍ତାୟତ
ଜଗନ୍ନାଥପ୍ରସାଦ : କରୋନା ମହାମାରୀ କାଳରେ କାହିଁ କେତେ ଗରିବ ଲୋକ ଙ୍କ ପ୍ରାଣ ଯାଉଥିବା ବେଳେ ସଚେତନତା ଅଭାବ ରୁ ଅକାରଣ ରେ ନାହିଁ ନଥିବା ରୋଗ ରେ ପୀଡିତ ହେଉଛନ୍ତି ଗରିବ ଆଦିବାସୀ ମାନେ କିନ୍ତୁ ଏହି ସଚେତନତା ଦ୍ୱାରା ରୋଗ ଠାରୁ ଆରମ୍ବ କରି କିପରି ସୁସ୍ଥ ଜୀବନ ଯାପନ କରିବେ ସେ ନେଇ ସଦା ସଚେତନତା ସୃଷ୍ଟି କରିବା ପାଇଁ ସର୍ବଦା ତତ୍ପର ଥାନ୍ତି ଗୀତାରାଣୀ ପାତ୍ର । ଜଗନ୍ନାଥପ୍ରସାଦ ଗ୍ରାମପଂଚାୟତ ଅନ୍ତର୍ଗତ ଏକ ନମ୍ବର ୱାର୍ଡ ରେ ଥିବା ଆଦିବାସି ଅଧ୍ୟୁଷିତ ଗ୍ରାମ କ୍ରିୟାଧର, କଟକଟି, ପୁରୁଣାପାଣି, ଆଙ୍କୁଲ କୁମ୍ପା, ବରବରା ପାଇଁ ରହିଥିବିବା ଅଙ୍ଗନବାଡି କେନ୍ଦ୍ରରେ ଆଜକୁ ପ୍ରାୟ ଚଉଦ ବର୍ଷ ହେବ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଗୀତା ରାଣୀ ପାତ୍ର l ଗ୍ରାମର କେନ୍ଦ୍ରରେ କାର୍ଯ୍ୟ କରିବା ସହ ପ୍ରତେକ ଦିନ ଘର ଘର ବୁଲି ସ୍ୱାସ୍ୟ ସଚେତନାର ବାର୍ତା ବାଣ୍ଟତିl ତେଣୁ ଆଗରୁ ଥିବା ଅନ୍ଧ ବିଶ୍ୱାସ ଯୋଗୁଁ ଲୋକେ ରୋଗ ହେଲେ ଗୁଣିଆ ପାଖକୁ ନୁହେଁ ଡାକ୍ତର ପାଖକୁ ଯାଉଛନ୍ତିl ଗର୍ଭବତୀ, ପ୍ରସୁତି, ଶିଶୁଙ୍କ ଯତ୍ନ ନେବାପାଇଁ ଘରର ମୁରବିମାନଙ୍କୁ ବୁଝାଇ ବାରେ ସଫଳ ହୋଉଥିବା ଯୋଗୁଁ ଉକ୍ତ ଗ୍ରାମ ଗୁଡିକରେ ପୂର୍ଵପେକ୍ଷା ଶିଶୁ ମୃତ୍ୟୁ ହାର ଆଶ୍ଚର୍ଯ୍ୟ ଜନକ ଭାବେ କମିଛି l ମେଲେରିଆ ର ପାଦୁର୍ଭାବ ଆଉ ଦେଖିବାକୁ ମିଳୁନି l କର୍ମୀଙ୍କର ସଚେତନତା କାରଣରୁ ଏହି ଗ୍ରାମ ଗୁଡିକରେ କରୋନାର ପ୍ରଥମ ଦ୍ୱତୀୟ ଲହର ଯୋଗୁଁ କାହାରି ମୃତ୍ୟୁ ଘଟିନାହିଁ l ଆଜି ଉପରୋକ୍ତ ଗ୍ରାମ ଗୁଡିକରେ ଆଦିବାସୀ ଙ୍କ ଆଶାର ଆଲୋକ ଗୀତା ଦିଦି ଘର ଘର ବୁଲି ସାହାୟିକାଙ୍କୁ ସାଥିରେ ନେଇ କରୋନା ସଚେତନତା ର ବାର୍ତା ବାଣ୍ଟିବା ସହ ଭେକସିନ ନେବାପାଇଁ ଲୋକଙ୍କୁ ବୁଝାଇଥିବା ବେଳେ ପ୍ରତେକ ପରିବାର ସଦସ୍ୟ ମାନଙ୍କୁ ମାସ୍କ, ସାନିଟାଇଜେର ଓ ସାବୁନ ବାଣ୍ଟିଥିଲେ l ବିବାହ ଠାରୁ ମରଣ ପର୍ଯ୍ୟନ୍ତ ଲୋକେ ସମସ୍ତ କାର୍ଯ୍ୟରେ ଦିଦିଙ୍କୁ ଖୋଜା ପଡୁଥିବାରୁ ଦିଦି ଆମପାଇଁ ଦେବଦୂତ ବୋଲି ଜଗନ୍ନାଥ ପ୍ରଧାନ, ସୁଦର୍ଶନ ଯାନୀ, ପଙ୍କଜ କୁମାରୀ ମଲ୍ଲିକ, ଅଭି ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ସୁଶାନ୍ତ ପ୍ରଧାନ, ନରେଇ ପ୍ରଧାନ, ରମ୍ଭା ପ୍ରଧାନ, ଜୟନ୍ତୀ ପ୍ରଧାନ, ଧୋବା ଯାନୀ, କାର୍ତିକ ଯାନୀ, ପ୍ରଭାଷିନୀ ପ୍ରଧାନ ପ୍ରମୁଖ କହିଛନ୍ତି l