

Related Stories
April 19, 2025
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଅନ୍ୟପକ୍ଷରେ କୋଭିଡ୍ ଜନିତ ମୃତ୍ୟୁ ହାର କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏହା ଏକ ଚିନ୍ତାର ବିଷୟ ପାଲଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରେ ୨୦ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୮୩୩ ରେ ପହଞ୍ଚିଛି । ଆଜି ସୁଦ୍ଧା ସେମାନଙ୍କ ମଧ୍ୟରୁ ୧୦,୫୩୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।ସେହିପରି ଜିଲ୍ଲାରେ କୋଭିଡ୍ ସଂକ୍ରମଣରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅଦ୍ୟାବଧି ଜିଲ୍ଲାରେ କୋଭିଡ୍ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୧ ରେ ପହଞ୍ଚିଛି । ଆଉ ୨୪୯ ଜଣ ସଂକ୍ରମିତ କୋଭିଡ୍ ହସପିଟାଲରେ ଏବଂ ପୃଥକ୍ ବାସରେ ରହି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଆଜିର ଚିହ୍ନଟ ହୋଇଥିବା ସଂକ୍ରମିତ ମାନଙ୍କ ମଧ୍ୟରେ ଫୁଲବାଣୀ ପୌରାଂଚଳର ୨ ଜଣ ଓ ଗ୍ରାମାଞ୍ଚଳର ୨ ଜଣଙ୍କୁ ମିଶାଇ ମୋଟ୍ ୪ ଜଣ ରହିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ଦାରିଙ୍ଗବାଡ଼ିର ୩, କ.ନୂଆଗାଁର ୩ ଜଣ, ଫିରିଙ୍ଗିଆରେ ୪, ତୁମୁଡ଼ିବନ୍ଧର ୪ ଜଣ ଏବଂ ଜିଲ୍ଲାର ଚକାପାଦ ଓ କୋଟଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।