ଭଦ୍ରକ – ଆଜି ଭଦ୍ରକ ପୌରାଳ ଅଧୀନସ୍ଥ ଅପର୍ିବିନ୍ଧା ଟ୍ରାଫିକ ଛକ ନିକଟରେ ନିର୍ମାଣାଧୀନ ଖୋଲା ଡ୍ରେନ୍ରେ ପଡି ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ସେ ଏବେ ଜିଲା ମୁଖ୍ୟ ଚିକିସôାଳୟରେ ଚିକିସôିତ ହେଉଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ତିହିଡି ବ୍ଲକ୍ କୁବେରା ପଂଚାୟତ ଅଧୀନ ଦେଉଳା ଗ୍ରାମର କୁଶ ଜେନା (୭୦) ଭଦ୍ରକ ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖାକୁ ପେନସନ ନେବାକୁ ଆସିଥିଲେ। ମାତ୍ର ଅପର୍ିବିନ୍ଧା ଛକ ନିକଟ ରାସ୍ତାରେ ଡ୍ରେନ୍ କାମ ଚାଲୁଥିବାରୁ ତାର ମୁକୁଳା ସ୍ଥାନରେ ସେ ଖସି ପଡିଥିଲେ। ସ୍ଥାନୀୟ ବ୍ୟବସାୟୀମାନେ ତାଙ୍କୁ ଡ୍ରେନ୍ ଭିତରୁ ଉଠାଇ ବାହାରକୁ ଆଣି ଥିଲେ। ତେବେ ବୃଦ୍ଧ କୁଶ ହାତ ଓ ଛାତିରେ ଯନ୍ରଣା ଅନୁଭବ କରୁଥିବାରୁ ପ୍ରଥମେ ନିଜ ପରିଚୟ ଦେଇପାରୁନଥିଲେ। ପରେ ତାଙ୍କ ବେଗ୍ରେ ଥିବା ବ୍ୟାଙ୍କ ପାସ୍ବୁକ୍ ଓ ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ଦେଖô ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏହାପରେ ଜିଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଏକ ସ୍ବତନ୍ର ଗାଡି େଯାଗେ ତାଙ୍କୁ ଜିଲା ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିଲା। ଏଠାରେ ପ୍ରକାଶ ଥାଉକି ଦୀର୍ଘ ୪ ମାସ ଧରି ଏହି ଡ୍ରେନ୍ କାମ ସଂପୂର୍ଣ୍ଣ ନହୋଇ ଅଧାପନ୍ତରିଆ ଅବସ୍ଥାରେ ପଡିଥିବାରୁ ସପ୍ତାହକ ତଳେ ଏହି ଡ୍ରେନ୍ରେ ଏକ ଗାଈ ପଡି ଗୁରୁତର ହୋଇଯାଇଥିଲା। ଏ ସଂପର୍କରେ ପୂର୍ ବିଭାଗୀୟ ଅଧିକାରୀଙ୍କ ସହ େଯାଗାେଯାଗ କରାଯିବାରେ ସେ ଖୁବ୍ଶୀଘ୍ର ମୁକୁଳା ଥିବା ଡ୍ରେନ୍କୁ କଭର କରିଦିଆଯିବ ବୋଲି ଗଣମାଧ୍ଯମକୁ କହିଛନ୍ତି।