

Related Stories
April 19, 2025
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଏମଭି – ୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପ୍ରଥମ ପର୍ଯ୍ୟାୟରେ ୧ ୮ ରୁ 44 ବର୍ଷର ବ୍ୟକ୍ତି ବିଶେଷଙ୍କ ପାଇଁ କୋଭିଡ଼୍ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକ ଏବଂ ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କର ଆଧାରକାର୍ଡ ମାଧ୍ୟମରେ ପଞ୍ଜୀକରଣ କରାଇ ଟୀକା ଦେବାର ବ୍ୟବସ୍ଥା କରିଥିଲେ । ଟୀକା ନେବା ପାଇଁ ଏମଭି ୭୯ ଅଞ୍ଚଳ ସହ ଆଖପାଖ ଅଞ୍ଚଳର ଲୋକମାନେ ଆଜି ସକାଳୁ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ କୋଭିଡ୍ ନିୟମ ଅନୁସାରେ ଧାଡି କରି ଠିଆ ହୋଇ ଟୀକା ନେବାର ଦେଖା ଦେଇଛି । କରୋନା ମହାମାରୀ ସମୟରେ ଲୋକଙ୍କୁ ଠିକ୍ ସମୟରେ ଟୀକାକରଣ କରାଯାଇଥିବାରୁ ଲୋକମାନଙ୍କ ମଧ୍ୟର ଏକ ନୂତନ ଆଶା ଦେଖାଯାଉଛି ।