
-
ରାଜ୍ୟବ୍ୟାପୀ ସାଇକେଲ ରାଲି, ଦସ୍ତଖତ ଅଭିଯାନ କରିବ କଂଗ୍ରେସ
-
ମହଙ୍ଗାମାଡର ଜବାବ ଦେବେ ଲୋକେ – ନିରଞ୍ଜନ
ସୋମବାର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଜୁଲାଇ ୭ ତାରିଖ (ବୁଧବାର)ରେ ପ୍ରତିବ୍ଲକ ସାମ୍ନାରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ । ଜୁଲାଇ ୯ ତାରିଖରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର ପ୍ରତିବାଦ ହେବ । ଜୁଲାଇ ୧୪ ତାରିଖରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ । ଜୁଲାଇ ୧୫ ତାରିଖ ଦିନ ମହଙ୍ଗା ମାଡର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ ନକିଣିବା ପାଇଁ ଓଡିଶା ବାସୀଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଜୁଲାଇ ୧୭ ତାରିଖ ଦିନ ସମସ୍ତ ପେଟ୍ରାଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏତ୍ୟବ୍ୟତୀତ ଏଆଇସିସିର ନିର୍ଦ୍ଦେଶକ୍ରମେ ମାସ ବ୍ୟାପି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାତୟ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହିତ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପଂହଚାଇ ଜନଜାଗରଣ ସୃଷ୍ଟି କରିବେ । ଏହି ସମୟରେ କଂଗ୍ରେସ ନେତୃବୃନ୍ଦ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଏବଂ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହିତ ତାଙ୍କର ସମସ୍ୟାକୁ ସଂପୂର୍ଣ୍ଣ ରୂପେ ବୁଝିବା ସହିତ ସମସ୍ତ ତଥ୍ୟ ସଂଗ୍ରହ କରି ପିସିସିକୁ ଦେଲେ ଏଆଇସିସିକୁ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମହଙ୍ଗାମାଡ ପ୍ରସଙ୍ଗ ସହିତ ଚାଷୀମାନଙ୍କ ଧାନ ବିକ୍ରି ନେଇ ସମସ୍ୟା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ବିରୋଧରେ ମଧ୍ୟ ଏହି ପ୍ରତିବାଦ, ଆନ୍ଦୋଳନ ହେବ । କଂଗ୍ରେସ ଦଳର ସମସ୍ତ କର୍ମୀ ଓ ନେତା ତଥା ବିଭିନ୍ନ ଛାମୁଆ ସଂଗଠନ ଯଥା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ତଥା ଅନ୍ୟାନ୍ୟ ବିଭାଗ ଓ ପ୍ରକୋଷ୍ଠ ମାନେ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
କରୋନା ଏବଂ ତଦ୍ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି । ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡି ଉପରେ କରୋଡା ସାଜିଛି ।ଲୋକଙ୍କର ଏହି ଦୁର୍ଦ୍ଦିନ ସମୟରେ କଂଗ୍ରେସ ଦଳ ସେମାନଙ୍କ ପାଖରେ ଛିଡା ହେବ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ଉପସ୍ଥିତ ଥିଲେ ।